News
lipub
samparksetu

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା ଅଭିଯୋଗ କଲେ ପରିବାର

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି ।

ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଷ୍ଟେସନ ବଜାରଠାରେ ଏକ ଭଡ଼ା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ ଗାଁର ସୁରେନ୍ଦ୍ର ସାହୁଙ୍କ ପରିବାର। ୧୧ ମାସ ତଳେ କାମାକ୍ଷାନଗର ଗାଙ୍ଗିଯୋଡି ଗାଁର ସଞ୍ଜୁବାଳା ସାହୁଙ୍କୁ ବିବାହ କରିଥିଲେ । ସୁରେନ୍ଦ୍ର କଟକର ଏକ ଦୋକାନରେ ଟେକନିସିଆନ ଭାବରେ କାମ କରନ୍ତି । ଗତକାଲି ପାରିବାରିକ କଳହ ନେଇ ସଞ୍ଜୁବାଳା ନିଜ ମା’ଙ୍କୁ ଫୋନ ଯୋଗେ ଜଣାଇଥିଲେ ।

ଗତକାଲି ରାତିରେ ସବାଳା ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶାଶୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡ଼ାକ୍ତର ଦେଖିବା ପରେ ସଞ୍ଜୁବାଳା ଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୂର୍ବରୁ ସଞ୍ଜୁବାଳା ଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ବାରମ୍ବାର ଅତ୍ୟାଚାର କରୁଥିବା ର କହିଛନ୍ତି ବାପା ଘର ଲୋକ।

ଗତକାଲି ଶାଶୁ ଘର ଲୋକ ମିଶି ତାଙ୍କ ଝିଅ ଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ହତ୍ୟା କରିଥିବା ର ଅଭିଯୋଗ କରିଛନ୍ତି ବାପ ଘର ଲୋକ। ଏନେଇ ଢେଙ୍କାନାଳ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସ୍ଵାମୀ, ଶାଶୁ ଓ ଶ୍ୱଶୁର ଙ୍କୁ ଅଟକ ରଖି ପୋଲିସ ର ପଚରା ଉଚରା ଜାରି ରଖିଛି। ଶାଶୂ ଘର ଲୋକ ରହୁଥିବା ଘରୁ ଏକ ବିଷ ବୋତଲ ଜବତ କରିଛି ପୋଲିସ।

new life
You might also like
error: Content is protected !!