News
lipub
samparksetu

କଣ୍ଟାନାଳୀ ବାଇପାସ ନିକଟରେ ସୁନାଚେନ ଲୁଟ୍ ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ୍

ଗତ ୨୧.୧୨.୨୦୨୦ ଅପରାହ୍ନ ୧.୩୦ ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଣ୍ଟାଣାଳୀ ବାଇପାସ ନିକଟରେ ଥିବା ଜଣେ ମହିଳା ଟେଲର ଦୋକାନୀ ଙ୍କ ଠାରୁ କିଛି ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କ ସୁନାଚେନ୍ ଲୁଟ କରିନେଇଥିଲେ । ତେବେ ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଏତଲା ଦେଇଥିଲେ ।

ଏତଲାକୁ କେନ୍ଦ୍ରକରି ଟାଉନ ଥାନା ପୋଲିସ୍ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା । ତେବେ ଦୀର୍ଘଦିନ ପରେ ପୋଲିସ୍ କବଜା ରେ ଲୁଟେରା । ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ପୋଲିସ୍ ତେବେ ତାଙ୍କଠାରୁ ଏକ ଖେଳଣା ବନ୍ଧୁକ ମଧ୍ୟ ଜବତ କରାଯାଇଛି ଏପରିକି ସୁନାଚେନ ରଖିଥିବା ଆଉଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ।

new life
You might also like
error: Content is protected !!