News
lipub
samparksetu

ସମାଜସେବୀଙ୍କ କରୋନାରେ ଦେହାନ୍ତ

ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମର ଲିଲିପ ବେହେରା (ନିଲୁ ) ୩୪ ବର୍ଷ ବୟସରେ କରୋନା ଆକ୍ରାନ୍ତ ରେ ମୃତ୍ୟୁ ଘଟିଛି। ପ୍ରାୟ ୧୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ କଟକ ମେଡିକାଲରେ ଚିକିତ୍ସାତ ହେଉଥିବା ବେଳେ କଟକର କୋଭିଡ ହସ୍ପିଟାଲରେ ଦେହାନ୍ତ ହେଇଛି। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିl

ସେ ଜଣେ ନିଃସ୍ୱାର୍ଥପର, ସ୍ପଷ୍ଟବାଦୀ, ସମାଜସେବୀ, ଅଞ୍ଚଳରେ ଭଲ ଖେଳାଳି ଭାବେ ଖ୍ୟାତି ଥିଲା। କରୋନା ସମୟରେ ଲୋକଙ୍କୁ ସଚେତନତା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ। କରୋନା ସମୟରେ ସରକାର ଲୋକଙ୍କୁ ଘରୋଇ ସଂଗରୋଧରେ ରହିବା ପାଇଁ କହୁଥିବା ସମୟରେ ସେ ନିଜ ଫାର୍ମ ହାଉସରେ ପ୍ରାୟ ୧୦ ରୁ ୧୨ ଜଣ ସଂକ୍ରମିତଙ୍କୁ ରଖିଥିଲେ।

ଜଣେ କରୋନା ଯୋଦ୍ଧା ଭାବରେ ପରିଚିତ ଏହି ଦୁଖଦଃ ସମୟରେ ମହାବୀର କ୍ଳବ ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିଛନ୍ତି ଭଗବାନ ତାଙ୍କର ଅମର ଆତ୍ମାର ସତଗଦି କାମନା କରିଛନ୍ତି। ଆଜି ସନ୍ଧ୍ୟାରେ କଟକରେ ତାଙ୍କର ଶେଷକୃତ୍ୟ ସପର୍ଣ୍ଣ ହୋଇଛି l

new life
You might also like
error: Content is protected !!