News
lipub
samparksetu

ଏ ଜନ୍ମର ଅଷ୍ଟମୀ…… ଖାଲି ତୁମର

ତୁମେ ଜନ୍ମ ଦେବକୀ ଗର୍ଭର
ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିର
ଅନ୍ଧର ଲଉଡ଼ି ଯଶୋଦା ମା’ର
ବତ୍ସଲ୍ୟ ମମତା କୋଳ ଅତିଥିର ||

ଅନ୍ଧାର କୋଠରୀରେ….. ଜନ୍ମ ତୁମର
ଦୂର କରିବାକୁ….. ଏ  ଦୁନିଆ ଅନ୍ଧାର
ସାଥେ ଆଣିଥିଲ ବିଜୁଳି ଚମକ
ମେଘ ମଲ୍ହାର…..
ନା ଥିଲ ମଥୁରାର ….ନା ଗୋପର

କିଏ କହେ ତୁମେ…… କେବଳ ରାଧାର
କିଏ କହେ ଈଶ୍ୱରୀୟ ତୁମେ…… ମୀରା ପ୍ରେମର
ସବୁଠି ଅଧୁରା ସମ୍ପର୍କ…… ତୁମର
ତଥାପି ଉଦାହାରଣେ  ତୁମେ….. ପ୍ରେମର

ଗୋପପୁରେ ତୁମେ…… ଗୋପାଳଙ୍କର
ସଖା ଉଦାହରଣେ ତୁମେ…… ସୁଦାମାର
ଦେଵକୀର ଦୁଃଖ…… କାହାକୁ ଗୋଚର
ଏ ସଂସାରରେ ତୁମେ….. ସର୍ବ ଜନଙ୍କର

ପ୍ରଭୁ କିଏବା ବୁଝିଛି ….ମାୟା ତୁମର
ଜନ୍ମ କର୍ମ ସବୁ ….. ତୁମ ଲୀଳାର
ତୁମେ ବଂଶ ବସୁଦେବର…… ଉତ୍ସବ ନନ୍ଦର
ଏ ଜନ୍ମର ଅଷ୍ଟମୀ…. ଖାଲି ତୁମର

✍️ କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!