ପରଜଙ୍ଗ ଥାନା ବସୋଈ ଗ୍ରାମ ରେ ବଜ୍ରାଘାତ ରେ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସେହି ଗ୍ରାମ ର ସୁରେଶ ମହାଳିକ ଙ୍କ ନଅ ବର୍ଷ ର ଝିଅ ସ୍ମିତା ମହାଳିକ l
ସୂଚନା ଅନୁସାରେ ସ୍ମିତା ଆଜି ଦ୍ବିପ୍ରହର ସମୟରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାର କୁ ଆସିଥିଲେ l ଘର ବାହାରେ ବାସନ ମାଜୁଥିବା ସମୟ ରେ ବଜ୍ରଘାତ ର ଶିକାର ହୋଇ ଘଟଣl ସ୍ଥଳରେ ପଡିଯାଇଥିଲେ l
ଏହା ଦେଖି ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକl କୁଳ ପରିବେଶ ସୃଷ୍ଟି ହୋଇଛି l
