ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କଙ୍କା ଗ୍ରାମକୁ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଯୋରନ୍ଦା ଅଞ୍ଚଳରେ ଥିବା ଡଉଁରୀ ନାଳ ବ୍ରାହ୍ମଣୀ ନଦୀ ରେ ମିଶିଥିବାରୁ ବ୍ୟାପକ କ୍ଷୟକ୍ଷତି କରିଛି l ଯୋରନ୍ଦା, ଆମ୍ବବାହାଳି, ଖଙ୍କର, ବାଇଁଶିଆ, ବଲ୍ଲବ, ମକୁନ୍ଦପୁର, ଗୋରଡାପାଳ, କରମୂଳ, ଆମ୍ବପଡା, ରାଇପାଳ, ଭାଲିଆକଣ, ହାତିବାରୀ ଗାଁର ବର୍ଷା ଯୋଗୁଁ ବହୁ ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇଛି l ବାଇଁଶିଆ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଉପରେ ୧୦ଫୁଟର ପାଣି ଚାଲିଛି ଫଳରେ ଘାଇ ସୃଷ୍ଟି ହେବାର ଆଶଙ୍କା ଅଛି l
ସୂଚନା ଅନୁଯାୟୀ ଚଳିତ ବର୍ଷ ବନ୍ୟାରେ ଏହି ରାସ୍ତାଟି ଘାଇ ସୃଷ୍ଟି ହୋଇଥିଲା l ଏଣୁ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଭେଟି ସ୍ଥାୟୀ ପୋଲ ନିର୍ମାଣ ପାଇଁ ଏକ ଦାବିପତ୍ର ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଲାଭ ଦେଖିବାକୁ ମିଳିନାହିଁ l ଅଧିକ ବର୍ଷା ଯୋଗୁଁ ପ୍ରତେକ ବର୍ଷ କଙ୍କା ଏବଂ ଗୋରଡାପାଳ ଗ୍ରାମବାସୀ ଜଳବନ୍ଦୀ ହୋଇ ରୁହନ୍ତି l ତେଣୁ ବ୍ରାହ୍ମଣୀର ଉକ୍ତ ଶାଖା ନଦୀ ଉପରେ ଏକ ସ୍ଥାୟୀ ପୋଲ ହେଲେ ବନ୍ୟା ଜଳବନ୍ଦୀରୁ ମୁକ୍ତି ପାଇପାରନ୍ତେ l ଗ୍ରାମବାସୀ କୁହନ୍ତି ବ୍ରହ୍ମଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିଲେ ଗ୍ରାମର ପ୍ରାୟ ୬ ଶହ ଲୋକ ଜଳବନ୍ଦୀ ହୋଇ ରୁହନ୍ତି l ବର୍ତ୍ତମାନ ଏହିଭଳି ବାରମ୍ବାର ପ୍ରଶାସନଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି l
