News
lipub
samparksetu

ବିଲ ଭିତରୁ ଚାଷୀର ମୃତଦେହ ଉଦ୍ଧାର, ଦନ୍ତା ଆକ୍ରମଣ ରେ ମୃତ୍ୟୁ ଘଟିଥିବାର ସୂଚନା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗ୍ରାମରେ ଅଘଟଣ ରାତିରେ ବିଲ ଜଗିଥିବା ବେଳେ ସକାଳୁ ଉଦ୍ଧାର ହେଲା ଚାଷୀର ମୃତଦେହ ।

ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ କୁମ୍ଭୀରପଶି ସ୍ଥିତ ନିଜ ଚାଷ ଜମିକୁ ଗତକାଲି ରାତିରେ ଜଗିବାକୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତଦେହ ବିଲରେ ପଡ଼ିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ତେବେ ଏନେଇ ବନ ବିଭାଗକୁ ସୂଚନା ଦେବା ପରେ, ମହାବିରୋଡ଼ ରେଞ୍ଜର ହରମୋହନ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି । ତେବେ ବିଗତ ଦିନରେ ଏକ ଦନ୍ତା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଚାଲିଥିବାରୁ ରାତିରେ ଦନ୍ତା ଆକ୍ରମଣରେ ଉପେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଛି ।

new life
You might also like
error: Content is protected !!