News
lipub
samparksetu

”ଯୁବଶକ୍ତି” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପରଜଙ୍ଗ ବ୍ଳକ “ଯୁବଶକ୍ତି” ସ୍ବେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ସରାଙ୍ଗ ଗ୍ରାମ ପଞ୍ଚାୟତର ଅନନ୍ତ ଶୟନ ହାଇସ୍କୁଲ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରରେ ମୋଟ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ , ସମ୍ମାନିତ ଅତିଥି ଭାବରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଯୋଗଦାନ ଦେଇ ପ୍ରଥମେ ବୃକ୍ଷ ରୋପଣ କରିବା ସହ ରକ୍ତଦାନ ଶିବିର କୁ ଉଦଘାଟନ କରି କହିଥିଲେ ।

ଶିବିର ରେ ପରଜଙ୍ଗ ବ୍ଲକ ବିଜେଡ଼ି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସରାଙ୍ଗ ସରପଞ୍ଚ ଧରିତ୍ରୀ ମହାଳିକ, ସମିତି ସଭ୍ୟ ରବି ସାହୁ, କଲଦା ସରପଞ୍ଚ ଦିଲ୍ଲୀପ କୁମାର ବିଶ୍ବାଳ, ବିଜେଡ଼ି ସଂଗଠକ ପ୍ରିୟଦର୍ଶୀ ବିଶ୍ଵାଳ, ସମାଜସେବୀ ବଳରାମ ପତି,ଗଣମାଧ୍ୟମ ପ୍ରତିନଧି ନୂତନ କୁମାର ସାହୁ, ନିର୍ମଳ ଗଡ଼ନାୟକ, ପ୍ରେମାନନ୍ଦ ସାହୁ, ସୁବଳ ରାଉତ, ସୋସିଆଲ ମିଡ଼ିଆ ତରଣୀ ସେନ୍, ଆକାଶ ଦେହୁରୀ, ସୁଶାନ୍ତ ସିଂହ, ମନୋରଞ୍ଜନ ନାୟକ, ମାନସ୍ କୁମାର ଦାସ, ସୌଭାଗ୍ୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!