ଢେଙ୍କାନାଳ ସହରର ରଥଗଡା ନୂତନ ମାର୍କେଟ କମ୍ଲେକ୍ସକୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାମରେ କରିବାକୁ ଓଡିଶା ପ୍ରଗତି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ନବେଦନ କରାଯାଇଛି ।ପୂର୍ବରୁ
ଏ ସଂକ୍ରାନ୍ତରେ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି ମାର୍କେଟ ରେ ମହିଳାମାନଙ୍କୁ ସୁଲଭ ମୂଲ୍ୟରେ ବ୍ୟବସାୟ କରି ଜୀବିକା ନିର୍ବାହ କରିବାକୁ ସୁଯୋଗ
ଦେବାକୁ ମଧ୍ୟ ଦାବୀ କରାଯାଇଛି ।ଫଳରେ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ । ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡା,ରାଜ୍ୟ ସମ୍ପାଦକ ନଜରୁଲ ଇସଲାମଙ୍କ ସହିତ ଅନ୍ୟମାନେ ଦାବୀ କରିଛନ୍ତି ।
