ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କେନାଲ ରାସ୍ତାକୁ ମରାମତି କଲେ କଙ୍କା ଗ୍ରାମବାସୀ l ଲଘୁଚାପ ଜନିତ ବର୍ଷାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ଵାରା ବ୍ରାହ୍ମଣୀର ଏକ ଶାଖାନଦୀ କଙ୍କା ଗ୍ରାମକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ସଡ଼କ ସେହି ନାଳ ଦେଇ ଯାଇଛି ,କିନ୍ତୁ ଉକ୍ତ ନାଳରେ ଏକ ପୋଲ ନିର୍ମାଣ ହେବାନେଇ ବାରମ୍ବାର ପ୍ରଶାସନଙ୍କୁ ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ l
ତଦ୍ଵାରା କଙ୍କା ଗ୍ରାମର ପ୍ରାୟ ୭୦୦ ରୁ ୮୦୦ ଲୋକ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି କାରଣ ଉକ୍ତ ନାଳରେ ୮ ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଛି l ଗ୍ରାମବାସୀ ମାନେ ଉତ୍ତର ଦିଗରେ ଥିବା କେନାଲ ରାସ୍ତା ଉପରେ ନିର୍ଭରଶିଳ କିନ୍ତୁ ରାସ୍ତାଟି ଏତେ ନିମ୍ନମାନର ହୋଇଥିବାରୁ ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଯାଇଥିଲା l
