କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତର ତଣ୍ଡିମୁଣ୍ଡା ଠାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କାମାକ୍ଷାନଗର-କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ବରେ ଥିବା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି।
ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ପ୍ରଥମେ ଦେଖିବା ପରେ କଙ୍କଡ଼ାହାଡ଼ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସିଥିଲେ।
ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ଜଣାପଡୁଥିବା ବେଳେ ବ୍ଯକ୍ତି ଜଣକ ଆଖପାଖ ଅଞ୍ଚଳର ହୋଇଥିବା ମନେହେଉଛି। ଘଟଣାସ୍ଥଳରେ ଗୋଟିଏ ବ୍ୟାଗ ଥିବା ବେଳେ ଗୋଟିଏ ଘାସକଟା ଦାଆ, କନିଅର ଫଳ, ଗୋଟିଏ କଲମ, ଗଞ୍ଜି ଓ ଗାମୁଛା ରହିଛି। ବ୍ଯକ୍ତି ଜଣକ ଗୋଟିଏ ଗଞ୍ଜି ଓ ଲୁଙ୍ଗି ପିନ୍ଧି ଥିବା ଅବସ୍ଥାରେ ଗଛରେ ଝୁଲୁଛନ୍ତି ।
