ଢ଼େଙ୍କାନାଳ ଜିଲ୍ଲା କାଲୁରିଆ ପଞ୍ଚାୟତ ଠାକୁରପାଳ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରେ ସହାୟକ ପଦବୀ ପୂରଣ ପାଇଁ ବୁଧବାର ମନୋନୟନ ହେବା ପାଇଁ ବ୍ଲକ ଶିଶୁ ବିକାଶ ଅଧିକାରୀ ଓ ସୁପରଭାଇଜର ଗ୍ରାମକୁ ଆସିଥିଲେ।
ଗ୍ରାମର ୩ଜଣ ମହିଳା ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ସେହି ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ପାଇଁ ଗ୍ରାମର ମହିଳା ମାନେ ଭୋଟର ମାଧ୍ୟମରେ ବାଛିବା ପାଇଁ ନିଷ୍ପତ୍ତି ନିଆଯାଇ ଅଙ୍ଗନବାଡି କେନ୍ଦ୍ର ରେ ବୈଠକ ବସିଥିଲା। କିନ୍ତୁ ଗ୍ରାମର ନିର୍ଦ୍ଧିଷ୍ଟ ଜଣେ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ଆସି ସଭାରେ ଉପସ୍ଥିତ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସଭାଗ୍ରୁହରୁ ବାହାର କରି ସଭାକୁ ଭଣ୍ଡୁର କରିଦେବା ଫଳରେ ଚୟନ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା ।
ଫଳରେ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ମହିଳା ଯୋରନ୍ଦା ଫାଣ୍ଡିରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିବା ସେହି ଗ୍ରାମର ଦୁର୍ଲଭ ପୁହାଣଙ୍କ ପୁଅ ଗଜେନ୍ଦ୍ର ପୁହାଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଠାକୁରପାଳ ଗ୍ରାମକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
