News
lipub
samparksetu

ଭାଗିରଥି ସାଗରର ଉନ୍ନତିକରଣ ନିମିତ୍ତ ସୁରକ୍ଷା ସମିତି ଓ ପୌର ଯନ୍ତ୍ରୀଙ୍କର ପରିଦର୍ଶନ

ଭାଗିରଥି ସାଗରର ସୁରକ୍ଷା ଓ ଉନ୍ନତି କରଣ ପାଇଁ ଭାଗିରଥି ସାଗର ସୁରକ୍ଷା ସମିତିର ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ, ଅନ୍ୟ ସଦସ୍ୟ ଏବଂ ପୌର ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ l ପୌର ପରିଷଦର ପ୍ରସ୍ତାବିତ ପ୍ରକଳ୍ପ ଏବଂ ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତାବ ଗୁଡିକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୯ ଟା ବେଳେ ଜଳାଶୟର ଚତୁର୍ପାଶ୍ୱରେ ପ୍ରସ୍ତାବିତ ପ୍ରକଳ୍ପ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l

ଜଳାଶୟର ଜଳ ଭାଗ ସଂକୁଚିତ ନହେବା ପାଇଁ ଚତୁର୍ପାଶ୍ୱରେ ରଟେନିଙ୍ଗ ୱାଲ, ଦଶ ଫୁଟର ଚଲା ପଥ ସହିତ ବସିବା ବେଞ୍ଚ ଆଉ ଦଶ ଫୁଟର ସବୁଜ କରଣ କରିବା ନିମନ୍ତେ ସହମତ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅଶୋକ ସ୍ୱାଇଁ, ଉପସଭାପତି ଜି ମନ୍ମଥ ରାଓ, ଦୟାନିଧି ବେହେରା, ଭରତ କୁମାର ଦାସ,ମନୋଜ ଦାଶ, ଉଦୟନାଥ ବେହେରା, ବ୍ରଜମୋହନ ସାହୁ, କେଶବ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l

new life
You might also like
error: Content is protected !!