News
lipub
samparksetu

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ!

ଦୀର୍ଘ ବର୍ଷର ଶିକ୍ଷକତା ରୂପେ ଅନେକ ମେଧାବୀ ଛାତ୍ର-ଛାତ୍ରୀ ତାଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୧ ମସିହାରେ ଶିକ୍ଷୟିତ୍ରୀ ଭାବେ ତୁମୁଁସିଙ୍ଗା ଉ.ପ୍ରା. ବିଦ୍ୟାଳୟ ବର୍ତ୍ତମାନର ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ ଯୋଗ ଦେଇଥିଲେ। ଗମନାଗମନ ଅସୁବିଧା ଝାଟିମାଟି ଘରେ ବିଦ୍ୟାଳୟଟି ହୋଇଥିଲା। ପାରିମାଳର ପ୍ରଥମ ବିଦ୍ୟାଳୟ ବୋଧେ! ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣା କୁମାରୀ ଦେବୀଙ୍କର ଗତ ବୁଧବାର ଦିନ ଇହଧାମ ତ୍ୟାଗ କରିଛନ୍ତି।

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓପୁଟସାହି ସ୍ଥିତ ନିଜ ବାସଭବନରେ ଗତ ବୁଧବାର ଦିନ ମଧ୍ୟାହ୍ନ ସମୟରେ ଇହଧାମ ତ୍ୟାଗ କରିଥିଲେ। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ। ସେ ୧୯୮୧ ରୁ ୧୯୯୯ ପର୍ଯ୍ୟନ୍ତ ତୁମୁଁସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୧୯୯୯ ଠାରୁ ୨୦୦୫ ପର୍ଯ୍ୟନ୍ତ କଣ୍ଟାପାଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ସେ ଅବସରପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ଶତପଥୀଙ୍କ ଧର୍ମପତ୍ନୀ ଥିଲେ।ତାଙ୍କର ମୃତ୍ୟୁରେ ବହୁ ପୁରାତନ ଛାତ୍ର ଛାତ୍ରୀ ଶୋକ ପ୍ରକାଶ କରିଛନ୍ତି l

new life
You might also like
error: Content is protected !!