News
lipub
samparksetu

କଙ୍କଡ଼ାହାଡ଼ କଲେଜରେ ଜାତୀୟ ସେବା ଦିବସ ପାଳିତ

କଙ୍କଡ଼ାହାଡ଼ କଲେଜ ପରିସରରେ” ଜାତୀୟ ସେବା ଯୋଜନା” ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ କୋଭିଡ-୧୯ କଟକଣା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ସଭାପତିତ୍ବ କରି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହି ଦିବସର ଗୁରୁତ୍ୱ ବିଷୟରେ ସ୍ବେଚ୍ଛାସେବୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

ଅନୁଷ୍ଠାନର ପୂର୍ବତନ ଜାତୀୟ ସେବା ଯୋଜନା କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ଅଜୟ କୁମାର ଚିନାରା ସେବା ମନୋଭାବ ପୋଷଣ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।ପରେ ପରେ ଉଭୟ ବାଳକ ଏବଂ ବାଳିକା ବିଭାଗର ସ୍ବେଚ୍ଛାସେବୀ ମାନେ କଲେଜ୍ ପରିସରରେ ନୂତନ ଭାବେ ଚାରା ବୃକ୍ଷ ରୋପଣ ହୋଇଥିବା ପ୍ଲାଣ୍ଟେସନରୁ ଜଙ୍ଗଲି ଘାସ ସଫା କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମ ବାଳକ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରେମାନନ୍ଦ ନାୟକ ଏବଂ ବାଳିକା ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରାକାବେନ ପତି ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ । ଅନୁଷ୍ଠାନର କର୍ମଚାରୀ ବସନ୍ତ କୁମାର ଦାସ, ବସନ୍ତ କୁମାର ସାହୁ,ଅଭୟ କୁମାର ସାହୁ, ନିଳାମ୍ବର ପରିଡ଼ା,ନିର୍ଝରିଣୀ ପଣ୍ଡା,ରବି ମହନ୍ତ, ପ୍ରମୋଦ ମହନ୍ତ, ପ୍ରଦୀପ ବେହେରା, ଅଧ୍ୟାପକ ଲକ୍ଷ୍ମୀ କାନ୍ତ ଶତପଥୀ ଓ ଅଧ୍ୟାପିକା ଝୁନୁ ରାୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରୀୟ ସହଯୋଗ କରିଥିଲେ ।

new life
You might also like
error: Content is protected !!