ଗତ ୨୪/୯/୨୦୨୧ ବିଳମ୍ବିତ ରାତିରେ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଜାମୁଝରା ଛକ ଠାରେ ବାରୁଆଁ ସମିତି ସଭ୍ୟ ଦୀପକ କୁମାର ମାହୁନ୍ତଙ୍କ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ତୁମୁଁସିଙ୍ଗା ଥାନା ସ୍ପଷ୍ଟ କରିଛି।

ସୂଚନା ମୁତାବକ ଶ୍ରୀ ମାହୁନ୍ତ ସ୍ଥାନୀୟ ଅଞ୍ଚଳରେ ପଥର ଖଣି ଓ ବାଲି ପରି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ ସହିତ ସଂଶ୍ଳିଷ୍ଟ ଥିଲେ। ଅଭିଯୁକ୍ତଙ୍କ ସହ ବ୍ୟବସାୟ ଜନିତ ବିବାଦ ଥିବା ବେଳେ ୩୫,୦୦,୦୦୦ ଟଙ୍କା ନେଣ ଦେଣ ପାଇଁ ତିକ୍ତତା ରହିଥିଲା। ଘଟଣା ଦିନ ଅଭିଯୁକ୍ତମାନେ ଶ୍ରୀ ମାହୁନ୍ତଙ୍କୁ ଫୋନ କରି ଟଙ୍କା ଦେବାକୁ ଡାକିଥିବା ସହ କେ-ଫର୍ମ ନେବାକୁ କହିଥିଲେ। ଘଟଣାସ୍ଥଳ ଜାମୁଝରା ଛକରେ ଯେତେବେଳେ ଶ୍ରୀ ମାହୁନ୍ତ ପହଁଞ୍ଚିଥିଲେ ଅଭିଯୁକ୍ତ ୪
ମଧ୍ୟରୁ ଦୁଇ ଜଣ ଦେଶୀ ବନ୍ଧୁକରେ ତାଙ୍କୁ ଗୁଳି କରିଥିଲେ।
ଅଭିଯୁକ୍ତ ମାନଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ କୋର୍ଟ ଫରଓ୍ବାର୍ଡ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇ ଦେଶୀ ବନ୍ଧୁକ ଓ OD-02-BD-0493 କାର ପୋଲିସ ଜବତ କରିଛି। ଏ ସମ୍ପର୍କରେ ତୁମୁଁସିଙ୍ଗା ଥାନାରେ ମାମଲା (କେସ ନମ୍ବର ତା25/9/2021-131 u/s 302/34, IPC25/27, Arms act u/s 302/120B IPC 25/27) ରୁଜୁ ହୋଇଥିଲା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ପୋଲିସ ପକ୍ଷରୁ ସୂଚନା ।
