News
lipub
samparksetu

ପୁଲିସ୍ ହାବିଲଦାରଙ୍କୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚାରେ ଡାକ୍ତର ବାବୁ ; ଭିଡିଓ ଭାଇରାଲ

ଡ୍ୟୁଟିରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବେଳେ ପୁଲିସ୍ ହାବିଲଦାରଙ୍କୁ ଡାକ୍ତର ଅଶାଳୀନ ବ୍ୟବହାର କରିବା ସହିତ ଅଭଦ୍ର ଭାଷା ରେ ଗାଳି ଗୁଳଜ କରୁଛନ୍ତି ଓ ଆକ୍ରମଣ କରିବାକୁ ଉଠୁଛନ୍ତି। ଆଉ ସେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ। ଡାକ୍ତର ବାବୁ ଜଣଙ୍କୁ ଯେତେ ବୁଝେଇଲେ ବି ତାଙ୍କ ରାଗ କମୁନାହିଁ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ।

ଟାଉନ ଥାନା ହାବିଲଦାର ଧ୍ରୁଵଚରଣ ବେହେରା ଗତକାଲି ରାତିରେ କିଛି କିଛି ରୋଗୀ ଙ୍କୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ । ସେ ସମରେ ଡ୍ୟୁଟିରେ ଥିବା ଡାକ୍ତର ସ୍ଵାଧିନ ରଥ ହାବିଲଦାରଙ୍କୁ ଗାଳିଗୁଲଜ ଧମକ ଦେଉଥିବାର ଭିଡ଼ିଓ ରେ ଦେଖିବାକୁ ମିଳିଛି ।

ଏପରିକି କନଷ୍ଟେବଳ ଜଣକ ପିସିଆର୍ ଭ୍ୟାନର ଆଗ ସିଟରେ କାହିଁକି ବସୁଛନ୍ତି ବୋଲି ଡାକ୍ତର ଜଣକ ଯୁକ୍ତି କରିଥିଲେ। ଏହାରି ଭିତରେ ଡାକ୍ତର ଜଣକ କନଷ୍ଟେବଳଙ୍କୁ କୋଭିଡ-୧୯ର ନିୟମ ମଧ୍ୟ ଶିଖାଉଥିବା ଦେଖିବାକୁ ମିଳିଛି।

ତାଙ୍କୁ ବହୁତ ଜଣ ରୋକିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ସେ ଏଥିରୁ ନିବୃତ୍ତ ହୋଇ ମଥିଲେ । ପରେ ହାବିଲଦାର ଟାଉନ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ପୋଲିସ୍ ଡାକ୍ତର ଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ତଦନ୍ତ ଜାରି ରଖିଛି । ଏ ନେଇ ଢେଙ୍କାନାଳ ଜିଲ୍ଲାରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି ।

new life
You might also like
error: Content is protected !!