ଘାଗରମୁଣ୍ଡା ପଂଚାୟତ ଅସନବାହାଳି ଗ୍ରାମର ମଲାରସରୁଆ ସାହି ଅଙ୍ଗନବାଡ଼ି ଚୟନ ବିଜ୍ଞାପନ ବାତିଲ କରିବାକୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରାସ୍ତ
ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଘାଗରମୁଣ୍ଡା ପଂଚାୟତ ଅସନବାହାଳି ଗ୍ରାମର ମଲାରସରୁଆ ସାହି ପାଇଁ ସରକାରଙ୍କ ତରଫରୁ ଅଙ୍ଗନବାଡ଼ି କର୍ମୀ ପାଇଁ ବିଜ୍ଞାପନ ବାହାରିବା ବଦଳରେ କଙ୍କଡାହାଡ଼ ସିଡିପିଓଙ୍କ ଦ୍ୱାରା ଏକ ବିଜ୍ଞାପନ ପ୍ରକାଶ କରାଯାଇଥିଲା ଯେଉଁଥିରେ ଲେଖା ଥିଲା ବିରିବୋଲେଇ ପଂଚାୟତ ମଲାରସରୁଆ ଗାଁ ଏହା ଅନଲାଇନ ରେ ଆବେଦନ କରିବାକୁ ଥିବାବେଳେ ପଂଚାୟତ ନାଁ ଭୁଲ ଥିବାରୁ ଗ୍ରାମର ଲୋକମାନେ ଦ୍ଵନ୍ଦରେ ଆବେଦନ କରି ପାରିଲେ ନାହିଁ ।
ପଂଚାୟତ ନାଁ ଭୁଲ ନୋଟିଫିକେସନ ହୋଇଥିବା କାରଣରୁ ଏଭଳିଆ ହୋଇଥିବା ଗ୍ରାମର ଲୋକମାନେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଅଭିଯୋଗ କରିଛନ୍ତି ।ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ରାଜସ୍ୱ ଅଧିକାରୀ ଯସକେତନ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଆଉଥରେ ନୂଆଁରେ ବିଜ୍ଞାପିତ ପ୍ରକାଶ କରିବାକୁ କରିଛନ୍ତି ଦାବି ।
ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଏହାର ତଦନ୍ତ କରାଯିବ ।ଆଜି ଗ୍ରାମର ଆରତୀ ତିରିଆ,ସାଲୁକା ବବଙ୍ଗା,ସୂର୍ଯ୍ୟ ବବଙ୍ଗା,ଶୁଭ ବବଙ୍ଗା,ଜଏନ ବବଙ୍ଗା,ପାର୍ବତୀ କୁଂକାଲଙ୍କ ସମେତ ଅନ୍ୟମାନେ ଆସି ଅଭିଯୋଗ କରିଥିଲେ।
