ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଅହମଦିୟା ମୁସଲିମ ମସଜିଦ ତୋହିଦ୍ ଠାରେ ମଜଲିସ୍ ଖୁଦ୍ଦାମୁଲ୍ ଅହମଦିୟା (ଅହମଦିୟା ଯୁବ ସଂଗଠନ) ପକ୍ଷରୁ ଧର୍ମଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଯୁବ ସଂଗଠନର ସଭାପତି ଇଦରିସ୍ ଖାଁ ଏହି ଧର୍ମ ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ।ସିରାତୁନ୍ଳବି ଉଦ୍ଦିନ୍ କୋରାନ ପାଠ କରିଥିବା ବେଳେ ଅକସର ଉଦ୍ଦିନ୍ (ନଜମ୍) ସଂଗୀତ ପରିବେଷଣ କରିଥିଲେ।
ଏତତ୍ ବ୍ୟତୀତ ସଫିର୍ ଅହମଦ୍ “ନମାଜ (ଉପାସନା) ର ମହତ୍ତ୍ୱ” , ଶେଖ୍ ଜହୀର୍ “ପବିତ୍ର କୁରଆନର ମହତ୍ତ୍ୱ” ବିଷୟରେ ଭାଷଣ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅହମଦିୟା ମୁସଲିମ ମିଶନରୀ ମୌଲବୀ ଲିୟାକତ୍ ଅଲୀ ଖାଁ ଏବଂ ମୌଲବୀ ଇସରାଫିଲ୍ ଖାଁ ପ୍ରମୁଖ ଯୋଗ ଦେଇ ବହୁମୁଲ୍ୟ ଉପଦେଶ ଦେଇଥିଲେ। ପରିଶେଷରେ ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ଇଦରିସ୍ ଖାଁ ନିଜ ମତ ପ୍ରକାଶ କଲେ ଏବଂ ସାମୁହିକ ଦୁଆ (ପ୍ରାର୍ଥନା) ପରେ ଏହି ଧର୍ମଚର୍ଚ୍ଚା ଶେଷ ହେଲା।
