News
lipub
samparksetu

ଷଣ୍ଢ ସହ ଧକ୍କା ହେଲା ବାଇକ , ୨ ଗୁରୁତର ଜଣେ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ-ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ସୁନିଆଁମାରୁ ଗାଁ ନିକଟରେ ଷଣ୍ଢ ସହିତ ବାଇକ ଧକ୍କାରେ ୨ ଗୁରୁତର ଜଣେ ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ କାମାକ୍ଷାନଗର ଥାନା ପଲ୍ଲୀକାଟେଣୀ ଗାଁର ସଞ୍ଜୟ ପ୍ରଧାନ ଓ ପ୍ରଦୀପ ପ୍ରଧାନ ।

ଆହତ ଜଣଙ୍କ ସେହି ଗାଁର ପ୍ରେମ କୁମାର ପ୍ରଧାନ । ଗୁରୁତର ଓ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!