News
lipub
samparksetu

ଇସଲାମ ଧର୍ମର ବାସ୍ତବିକ ଶିକ୍ଷା ସମ୍ବନ୍ଧରେ ଜାଣିବାପାଇଁ ଟୋଲ ଫ୍ରି ନମ୍ବର

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟର “ନୁରୁଲ୍ ଇସଲାମ” ବିଭାଗ ତରଫରୁ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯଦ୍ୱାରା ଇସଲାମ ଅହମଦିୟତ୍ ସମ୍ପର୍କରେ ଯେକୌଣସି ସୂଚନା ପାଇଁ ଯୋଗାଯୋଗ କରିପାରିବେ।

ନମ୍ବରଟି ହେଲା : ୧୮୦୦-୧୦୩-୨୧୩୧ । ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଙ୍କ ନେତୃତ୍ୱରେ ଆଜି ସକାଳେ ସାମୁହିକ ଦୂଆ (ପ୍ରାର୍ଥନା) ପରେ ଟୋଲ ଫ୍ରି ନମ୍ବର ବ୍ୟାନରଟିକୁ ବିଭିନ୍ନ ସ୍ଥାନରେ ଅହମଦି ଯୁବକମାନେ ଲଗାଇ ସର୍ବସାଧାରଣଙ୍କୁ ଏହାର ସୂଚନା ଦେଇଛନ୍ତି।

ଏହି ଅବସରରେ ଅହମଦିୟା ଯୁବ ସଂଘର ଅଧ୍ୟକ୍ଷ ଇଦରିସ୍ ଖାଁ,ମହମୁଦ ଖାଁ, ମହମଦ ଆସିଫ୍, ମୌଲବୀ ଲିୟାକତ୍ ଅଲୀ,ମୌଲବୀ ଇସରାଫିଲ୍ ଖାଁ, ଆସଫ ଅଲୀ,ଅକସର ଉଦ୍ଦିନ୍,ଶେଖ୍ ଜହୀର, ହଲିମ ଉଦ୍ଦିନ୍ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଅହମଦିୟା ମୁସଲିମ ସମ୍ପ୍ରଦାୟ ସମାଜରେ ପ୍ରେମ, ଶାନ୍ତି ତଥା ମାନବବାର୍ତାର ସ୍ଥାପନାପାଇଁ ବିଶ୍ୱର ୨୧୬ ଟି ଦେଶରେ ପରିଚିତ ତଥା ପ୍ରଶଂସିତ।

new life
You might also like
error: Content is protected !!