ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ସ୍ଥିତ ଲକ୍ଷ୍ମୀ ପ୍ରିୟା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ର ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା l
ଏହି ଆୟୋଜନ ରେ ୧୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଢେଙ୍କାନାଳ ଲୋକ ସଭା କ୍ଷେତ୍ର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତ ଦାନ ଶିବିରଟିକୁ ଉଦଘାଟନ କରିଥଲେ ଏବଂ ଘୋଡ଼ାଡ଼ିଆଁ ଗ୍ରାମର ପୂର୍ବତନ ସଭାପତି ଭାସ୍କର ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରିଥିଲେ |
ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ନିର୍ଵାଚନ ମଣ୍ଡଳୀ ର ବିଧାୟିକା ସୀମାରଣୀ ନାୟକ , ହିନ୍ଦୋଳ ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରିୟ ରଞ୍ଜନ ମାହୁନ୍ତ, ବଦାଳୋ ଗ୍ରାମପଞ୍ଚାୟତ ସରପଞ୍ଚ ଅଳକା ମଞ୍ଜରୀ ନାୟକ, ସମିତି ସଭ୍ୟା କାଞ୍ଚନ ବାଳା ରାଉତ, ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁ, କୁଳମଣି ମହାପାତ୍ର, ପର୍ଶୁରାମ ସାହୁ, ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
