News
lipub
samparksetu

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନ ସି ସି ବିଭାଗର କଟକ ଗ୍ରୁପ କମାଣ୍ଡର ରଜନୀଷ କାପୁର ଓ ଓଡିଶା ୧୨ ବାଟଲିଅନ କମାଣ୍ଡିଙ୍ଗ ଅଫିସର ଲେପନାଣ୍ଟ କର୍ନେଲ ସିଦ୍ଧାର୍ଥ ଉସ୍ତାୟନ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନ ସି ସି ବିଭାଗର କଟକ ଗ୍ରୁପ କମାଣ୍ଡର ରଜନୀଷ କାପୁର ଓ ଓଡିଶା ୧୨ ବାଟଲିଅନ କମାଣ୍ଡିଙ୍ଗ ଅଫିସର ଲେପନାଣ୍ଟ କର୍ନେଲ ସିଦ୍ଧାର୍ଥ ଉସ୍ତାୟନ l

ବିଦ୍ୟାଳୟ ପରିସରରେ ଏନ ସି ସି ବିଭାଗରେ ସାଜସଜା କରିବା ସହିତ ଛାତ୍ରଛାତ୍ରୀ ମାନେ ଡ୍ରିଲ କରିଥିଲେ l ପରେ ସହିତ କାଗଜପତ୍ର ସାଙ୍ଗକୁ ଏନସିସି ଅଫିସର ବିଭାଗକୁ ଅନୁଧ୍ୟାନ କଲେ ଏବଂ ବିଦ୍ୟାଳୟ ପରିସରରେ ବିଭିର୍ଣ୍ଣ ସୌନ୍ଦର୍ଯ୍ୟ କାର୍ଯ୍ୟ ବୁଲି ଦେଖିଥିଲେ l

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରି ନାୟକ ପୁଷ୍ପଗଛ ଦେଇ ସ୍ୱାଗତ କରିଥିଲେ l ଏନ ସି ସି ବିଭାଗର ଉତ୍ତମ କୁମାର ସାମନ୍ତ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଉଭୟ ଅଫିସର ଛାତ୍ର ଛାତ୍ରୀ ଙ୍କର ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଂଶସା କରିଥିଲେ l କାର୍ଯ୍ୟକ୍ରମର ସଫଳତା ପାଇଁ ସିନିୟର କ୍ୟାଡେଟ ନାଗେଶ୍ୱର ମହାନ୍ତି, କୁନମୁନ ବାରିକ ଓ ପୁରାତନ ଛାତ୍ର ଛାତ୍ରୀ ଗୁରୁତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଥିଲେ ।

new life
You might also like
error: Content is protected !!