News
lipub
samparksetu

ଯୋର ଧରୁଛି ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ (IGIT) ଓଡ଼ିଶାର ସୁନାମ ଅର୍ଜନ କରିଥିବା ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ।  ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକର ସରାଙ୍ଗ ରେ ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପନ ହୋଇଥିଲା ।  ପ୍ରାରମ୍ଭରେ ଏହି ଅନୁଷ୍ଠାନ ସିଧାସଳଖ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ପରବର୍ତ୍ତୀ ସମୟ ରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ଏହା ୧/୪/୧୯୮୪ ସ୍ୱୟଂଶାସିତ ସମାଜର ପରିଚାଳନାରେ ଆସିଥିଲା ​​।

ସେହିପରି ୧୯୮୭ ମସିହାରେ ସିଭିଲ୍, ଇଲେକ୍ଟ୍ରିକାଲ୍ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ସହ  ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଥିବା ଆଧୁନିକ ପଲିଟେକ୍ନିକ୍, ସରାଙ୍ଗର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସହିତ ମିଶ୍ରିତ ହୋଇଥିଲା । ଏହି କଲେଜଟି ବ୍ରାହ୍ମଣୀ ନଦୀ କୂଳରେ ୧୭୯ ଏକର (୦.୭୨ ବର୍ଗକିଲୋମିଟର) ଜମିରେ ଅବସ୍ଥିତ  ।

ଭୁବନେଶ୍ଵର ସି.ଇ.ଟିକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିବା କିନ୍ତୁ ଏତେ ବର୍ଷ ବିତି ଯିବା ସତ୍ତ୍ୱେ ଆଇଜିଆଇଟିକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳି ପାରିଲା ନାହିଁ, ଏନେଇ ଜିଲ୍ଲା ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ଏନେଇ ସୋସିଆଲ ମିଡିଆରେ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ଦାବି ଜୋର ଧରିଛି। 

ସୂଚନା ଅନୁଯାୟୀ ଗତ ତା୭/୪/୨୦୧୭ ରାଜ୍ୟ ସରକାର ଡିପ୍ଲୋମା ଓ୍ବିଙ୍ଗର ନୂତନ କ୍ୟାମ୍ପସ ଖୋଲିବା ସ୍ଥାନୀୟ ତହସିଲଦାରଙ୍କୁ ୫ ଏକର ସରକାରୀ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ (ଫାଇଲ ନଂB&M/SPIU/98/2011-12 No 4563 dt 7/4/2017)। ଡିପ୍ଲୋମା କଲେଜ ପାଇଁ ସ୍ଥାନ ନିରୁପଣ କରି ପାରୁନାହାଁନ୍ତି ରାଜ୍ୟ ସରକାର । ୫ ବର୍ଷ ପୂରିବାକୁ ବସିଲାଣି ହେଲେ କୌଣସି ପ୍ରକାର ସୁଫଳ ଦେଖିବାକୁ ମିଳିନାହିଁ । ସୂଚନା ଥାଉ କି, ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା) ଯୋଜନାରେ ସାମିଲ ହେବ । ଏହା ଦ୍ବାରା କେନ୍ଦ୍ରୀୟ ଅନୁଦାନ ମିଳିବା ସହ ବୈଷୟିକ ଶିକ୍ଷା କ୍ଷେତ୍ରରେ ନୂଆ ନୂଆ ଗବେଷଣା ହେବ। ବର୍ତ୍ତମାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏକଦା ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିଲେ । ରାଜ୍ୟସରକାର ଯୁଦ୍ଧକାଳୀନ ଭିତ୍ତିରେ ଡିପ୍ଲୋମା କଲେଜ ପାଇଁ ଜାଗା ନିରୁପଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରୁଛନ୍ତି ।

new life
You might also like
error: Content is protected !!