News
lipub
samparksetu

ପ୍ରିୟଙ୍କା ଗାନ୍ଧୀ ଗିରଫଦାରୀ ପ୍ରତିବାଦରେ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ଉପସ୍ଥିତିରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଛକ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି ଯୁବ କଂଗ୍ରେସ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଘେରୀ ଠାରେ
ଆନ୍ଦୋଳନ ରତ ଅନ୍ନଦାତାମାନଙ୍କୁ ଅମାନବିକ ଭାବେ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ତାଙ୍କ ଗାଡିରେ କୃଷକମାନଙ୍କୁ ଅତି ନିର୍ଦ୍ଦୟ ଭାବେ ଚଢାଇ ହତ୍ୟା କରିଛନ୍ତି ।

କିନ୍ତୁ କେନ୍ଦ୍ରମନ୍ତ୍ରୀ ପୁତ୍ରଙ୍କୁ ଗିରଫ କରିବା ଦୂରର କଥା ମୃତକ କୃଷକମାନଙ୍କୁ ନ୍ୟାୟ ପ୍ରଦାନ ଓ ମୃତକ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବାକୁ ଲକ୍ଷ୍ମୀପୁର ଯିବା ବାଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ଅଗଣତାନ୍ତ୍ରୀକ ବୋଲି ଡ. ଲେଙ୍କା କହିଛନ୍ତି । ତୁରନ୍ତ ଶ୍ରୀମତୀ ଗାନ୍ଧିଙ୍କୁ ଛାଡିବା ସହ ମୃତକ ପରିବାରମାନଙ୍କୁ ଭେଟିବାକୁ ଦିଆଯାଉ ଏବଂ ମନ୍ତ୍ରୀମଣ୍ଡଳରୁ ଅଜୟ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଯୁବ କଂଗ୍ରେସ୍ ପକ୍ଷରୁ ଦାବୀପତ୍ର ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ. ଲେଙ୍କା, ଢେଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ୍ ସଭାପତି ଜ୍ୟୋତିର୍ମୟ ପାଳ, ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ସୁବାଷ ସାମଲ, ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ୍ ସଭାପତି ଲୁଟୁରଞ୍ଜନ ଆପା, ଜିଲ୍ଲା ଉପସଭାପତି ପ୍ରକାଶ କୂଅଁର, ପୂର୍ବତନ ଜିଲ୍ଲା ସଭାପତି ସୁନିଲ୍ ଦାସ, ବାର୍ ଜେନେରାଲ୍ ସେକ୍ରେଟାରୀ ଟଙ୍କଧର ବେହେରା, ନିର୍ମଳ ମିଶ୍ର, ଯୁବନେତା
ସଚିଦାନନ୍ଦ ନନ୍ଦ, ଶିଳ୍ପିଶ୍ରୀ ହରିଚନ୍ଦନ, ପ୍ରଦ୍ୟୁମ୍ନ ସାହୁ, ସୋମ୍ୟରଞ୍ଜନ ପ୍ରଧାନ, ପ୍ରଶାନ୍ତ ସାହୁ ହୀତେସ୍ ହୋତା, କୈବଲ୍ୟ ରାଉତ, ଅବିନାଶ ଦାସ,ମହମ୍ମଦ ଆରିଫ୍‌, ରାକେଶ ପାତ୍ର ସମେତ ବହୁ ଯୁବକ ଉପସ୍ଥିତ ଥିଲେ ।

new life
You might also like
error: Content is protected !!