ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ନାଟିମା ବଜାରରୁ ବାଇକ ଡିକି ଭାଙ୍ଗି ୮୦୦୦ ଟଙ୍କା ଲୁଟିଲେ ଦୁର୍ବୃତ୍ତ। ସିସିଟିଭି ରେ କଏଦ ହେଲା ଲୁଟ ।
ସୂଚନା ଅନୁଯାୟୀ , ଚିରୁଳେଇ ଗ୍ରାମର ରାହାସ ବିହାରୀ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁନିତା ବେହେରା ଆକାଉଣ୍ଟକୁ ଆସିଥିବା ଫାଇନାସ ଟଙ୍କା ଆଜି ଯୋରନ୍ଦା ଷ୍ଟେଟ ବ୍ୟାଙ୍କ ଶାଖା ଉଠାଇ ନାଟିମା ବଜାର ଏକ ଲୁଗା ଦୋକାନ ସମ୍ମୁଖରେ ଗାଡି ରଖି ଏକ ଦୋକାନ ରୁ ଝିଅର ଡ୍ରେସ କିଣିବାକୁ ଯାଇ ୫ମିନିଟ ମଧ୍ୟରେ ଫେରିଲା ସମୟରେ ତାଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତ ମାନେ ୮୦୦୦ ଟଙ୍କା, ଆଧାର ଓ ପାସବୁକ ଚୋରି କରି ନେଇଥିବାର ସେ ଅଭିଯୋଗ କରିଛନ୍ତି ।
ତେବେ ପାଖରେ ଥିବା ଅନ୍ୟ ଏକ ଦୋକାନ ରେ ସିସିଟିଭି କ୍ୟାମେରା ରେ କଏଦ ହୋଇଥିଲା ଚୋରି । ସିସିଟିଭି ଫୁଟେଜ ଅନୁଯାୟୀ ୨ଜଣ ଯୁବକ ଗୋଟିଏ ଧଳା ବାଇକ୍ ରେ ଆସି ଏହି ଟଙ୍କା ଚୋରି କରିଥିବା ଜଣାଯାଇଛି ।ଏ ସମ୍ପର୍କରେ ଶ୍ରୀ ବେହେରା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ ଚେକ କରିଛନ୍ତି । ଗତ ୬ ମାସ ମଧ୍ୟରେ ଏହି ପରି ୩ଟି ଘଟଣା ଘଟିଛି,ଫଳରେ ଏହି ଘଟଣାରେ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୋରକୁ ଧରିବା ପାଇଁ ବଜାର ବଣିକ ସଂଘ ସଭ୍ୟ ମାନେ ଦାବି ଜଣାଇଛନ୍ତି ।
