ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସୁରଭି ଗ୍ରାମ ନିକଟରେ ଅଘଟଣ, ଆଜି ସକାଳେ ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଲେ ସେହି ଗ୍ରାମର ଜଣେ ବାସିନ୍ଦା ।
ସୂଚନା ଅନୁଯାୟୀ ଓଡ଼ାପଡା ବ୍ଲକ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ ଆଜି ବଡି ସକାଳୁ ଡ୍ୟୁଟି ଯାଇଥିଲେ । ହେଲେ ପରେପରେ ତାଙ୍କ ମୃତଦେହ ରାସ୍ତା କଡରେ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଏନେଇ ତାଙ୍କ ପରିବାର ଲୋକ ଏବଂ ପୋଲିସ ଙ୍କୁ ଖବର ଦେବାପରେ ସେମାନେ ସେଠାରେ ପହଞ୍ଚିଥିଲେ । ଅନ୍ୟପଟେ ହାତୀ ଆକ୍ରମଣରେ ମଧୁସୂଦନ ଙ୍କ ମୃତ୍ୟୁ ହୋଇଥିବା ନେଇ ଘଟଣା ସ୍ଥଳରେ ସ୍ଥାନୀୟ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
