ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ କମ୍ପାନୀ ଏକ କୁକୁଡ଼ା ଫାର୍ମ ଗାଁ ର ଅତି ନିକଟରେ ନିର୍ମାଣ କରିବାକୁ ନେଇ ଦୀର୍ଘଦିନ ଧରି ଗ୍ରାମବାସୀ ଓ କମ୍ପାନୀ ମଧ୍ୟରେ ବିବାଦ ଲାଗିରହିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗତକାଲି ଏହି କମ୍ପାନୀର କିଛି କର୍ମଚାରୀ ଓ ସମର୍ଥକ ସହ କୋକେଇଦା ଗ୍ରାମବାସୀଙ୍କର ବିବାଦ ଦେଖାଯାଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ କମ୍ପାନୀର କର୍ମଚାରୀ ଅବୈଧ ଭାବରେ ନିର୍ମାଣ କରୁଥିବାବେଳେ ଏହାର କର୍ମଚାରୀ ଗାଁ ର ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ଗଁଦିଆ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଏ ଘଟଣାରେ ଗଁଦିଆ ପୋଲିସର କାର୍ଯ୍ୟଶୈଳୀକୁ ନେଇ କୋକେଇଦା ଗ୍ରାମବାସୀ ପୋଲିସ ଉପରକୁ ଆଙ୍ଗୁଳି ଉଠାଇଛନ୍ତି। ପୂର୍ବରୁ ଉକ୍ତ କମ୍ପାନୀ ମଧ୍ୟ ସେହି ଗ୍ରାମ ବାସୀଙ୍କୁ ଡରାଇବା ନିମନ୍ତେ ସେଠାକୁ କିଛି ଗୁଣ୍ଡା ପଠାଇ ବୋମା ଫୁଟାଇ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ହେଲେ ଚଳିତ ମାସ ୧୦ ତାରିଖ ଦିନ ପାଖ କୁଶୀଦା ଗ୍ରାମର ଲୋକଙ୍କୁ
ସହାୟତାରେ ଉକ୍ତ ଫାର୍ମକୁ ଆଉ ଏକ ରାସ୍ତା ନିର୍ମାଣ କାର୍ଯ୍ୟ କମ୍ପାନୀ ଚାଲୁ ରଖିଥିବା ସ୍ଥଳେ ଏହାକୁ କୋକେଇଦା ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ।
ଯାହା ଫଳରେ ସେଠାରେ ଉତେଜନା ଲାଗିରହିଥିଲା ସେହି ସ୍ଥାନରେ ଅଘଟଣ ଘଟିବା ସମ୍ଭାବନାକୁ ଲକ୍ଷ୍ୟ କରି ରାତି ପେଟ୍ରୋଲିଙ୍ଗରେ ଗଁଦିଆ ଥାନାର ୫ଜଣ କର୍ମଚାରୀ ଯାଇଥିଲେ ହେଲେ ସେଠାରେ ପୋଲିସ ଗାଡିକୁ ଦେଖି ଗ୍ରାମବାସୀ ଗାଡି ଶହ କର୍ମଚାରୀଙ୍କୁ ସାରା ରାତି ଅଟକ ରଖିଥିଲେ ପରଦିନ ସକାଳ ସମୟରେ ଗଁଦିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାଇ ପୋଲିସ ଓ ଗାଡିକୁ ଉଦ୍ଧାର କରିଥିଲେ।
ଆଜି ଗଁଦିଆ ପୋଲିସ ବିନା କାରଣରେ କାର୍ଯ୍ୟ ରତ କର୍ମଚାରୀ ଓ ଗାଡିକୁ ଅଟକ ଅଭିଯୋଗରେ ଉକ୍ତ କୋକେଇଦା ଗ୍ରାମର ହୃଦାନନ୍ଦ ବେହେରା, ପ୍ରକାଶ ଲେଙ୍କା, ନିର୍ମଳ ପରିଡାକୁ (କେସ ନଂ୨୫୨) ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଆଜି ଗଁଦିଆ ଥାନା ସମ୍ମୁଖରେ କୋକେଇଦା ଗ୍ରାମର ଅନେକ ମହିଳା ଦୀର୍ଘ ସମୟ ଧରି ଥାନାର ମୁଖ୍ୟ ଫାଟକ ଆଗରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଗଁଦିଆ ପୋଲିସର କାର୍ଯ୍ୟ ଶୈଳୀକୁ ନେଇ ଦୃଢ଼ ପ୍ରତିବାଦ ଜଣାଇବା ସହିତ ଉକ୍ତ ଥାନାରେ କାର୍ଯ୍ୟରତ ଜଣେ ଅଧିକାରୀ ଉକ୍ତ ଗ୍ରାମର ମହିଳା ମାନଙ୍କୁ ତୁମେ ମାନେ ମାତ୍ର ୩୦୦ଟଙ୍କାର ମୁଣ୍ଡ ବୋଲି ଆକ୍ଷେପ କରିଥିଲେ ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଵା ଶହ ଏହାର ଦୃଢ଼ ପ୍ରତିବାଦ ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ ଅତିରିକ୍ତ ଏସ ପି ଶିଶୁ ରଞ୍ଜନ ମହାପାତ୍ର ଅତିରିକ୍ତ ଅତିରିକ୍ତ ତହସିଲଦାର ଗିତୁ ବେହେରା,ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ଉପସ୍ଥିତ ମହିଳାମାନଙ୍କୁ ବୁଝା ସୁଝା କରିଵା ପରେ ଫାଟକ ସମ୍ମୁଖରେ ବସିଥିବା ମହିଳାମାନେ ଧାରଣାରୁ ଓହରି ଯାଇଥିଲେ l
ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଲୋକଙ୍କୁ ମିଥ୍ୟା ମକଦ୍ଦମା ଦାଏର କରିଥିବା ଅଭିଯୋଗରେ ଗିରଫ କରିଥିବା ଗ୍ରାମବାସୀମାନଙ୍କର ଅସନ୍ତୋଷର କାରଣ ବୋଲି ଜାଣାପଡିଛି। ଅଧିକ ଗିରଫ ଭୟରେ କୋକେଇଦା ଗାଁ ଏବେ ପୁରୁଷ ଶୂନ୍ୟ ହୋଇପଡ଼ିଛି।
