News
lipub
samparksetu

ମିନାବଜାର ଗଲା ପରେ ଯାତ୍ରା ପଡିଆ ଲାଗେ ଉଜୁଡା

ରାତି ପାହିଲେ ଦଶହରା ବଳଦ୍‌ଯାତ୍ରା । ଭୁବନଯାତ୍ରାକୁ ସରସ ସୁନ୍ଦର କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ବାରମ୍ବାର ବୈଠକ ହୋଇଛି ଖୋଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ମଧ୍ୟରେ । ହେଲେ ଚଳିତ ବର୍ଷ କୋଭିଡି ନିୟମ ବଳବତର ରହିଥିବାରୁ ବଳଦ ଯାତ୍ରାରେ ଲାଗିଛି ରୋକ । କେବଳ ବିଧି ରକ୍ଷା ପାଇଁ ଥୋରିଆ ସମାଜ ଓ ବଳଦିଆ ସମାଜ ପକ୍ଷରୁ ଦୁଇଟି ବଳଦ ଅନୁକୂଳ ଦିନ ଶ୍ରୀଜଗନ୍ନାଥଙ୍କ ଠଠାରୁ ଆଜ୍ଞାମାଳ ପାଇବା ସହ ସମସ୍ତ ବିଧି ବ୍ୟବସ୍ଥା ପରେ ଯାତ୍ରା ଶେଷ କରିବେ । ଏଥି ପାଇଁ ଭୁବନ ସହରକୁ ସୁନ୍ଦର ଭାବେ ସଜାଇବାକୁ ପ୍ରୟାସ ଜାରିରଖିଛନ୍ତି ପ୍ରଶାସକ ।

କେଉଁଠି ଡ୍ରେନ ଭାଙ୍ଗିଛି ତାହା ହେଉଛି ମରାମତି । ସନ୍ତସନ୍ତିଆ ରାସ୍ତାରେ ମଧ୍ୟ ପଡୁଛି ଡଷ୍ଟ , ଆଲୋକି କରଣକୁ ଦିଆଯାଇଛି ଗୁରୁତ୍ୱ । ଷଷ୍ଠ ପୂଜା ଠାରୁ କୋଭିଡି ନିୟମ ଅନୁଯାୟୀ ପାଳିତ ହେଉଛି ମାଆଙ୍କ ପୂଜା । ହେଲା ଗତ ମାସ ୧୭ ତାରିଖ ଠାରୁ ଭୁବନ ବିଜ୍ଞାପିତ ଅଚଂଳ ନିକଟସ୍ଥ ଯାତ୍ରା ପଡିଆ ଠାରେ ହେଉଥିବା ମୀନା ବଜାର ଭୁବନରୁ ଯିବାର ହୋଇଗଲାଣି ଆଠ ଦିନ। ଏହି ଆଠ ଦିନ ପରେ ବି ଯାତ୍ରା ପଡିଆରେ ପଡିଛି କୁଡ କୁଡ ଅଲିଆ । ଏହା ସଫା କରିବା ଦାୟିତ୍ୱ କାହାର ? ମୀନା ବଜାର କମିଟି ନା ଏନ.ଏ.ସି ପ୍ରଶାସନ ।

new life
You might also like
error: Content is protected !!