News
lipub
samparksetu

ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଅନ୍ତର୍ଗତ ସିମିନଈ ପଞ୍ଚାୟତରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ହରିଜନ ଆଦିବାସୀଙ୍କ ସଂଖ୍ୟା କମ ରହିଥିବା ବେଳେ ସରପଞ୍ଚ ପଦବୀକୁ ସଂରକ୍ଷଣ କରିବାକୁ ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି ।

ସିମିନଈ ପଞ୍ଚାୟତ ୪ଟି ଗ୍ରାମ ସିମିନଈ,ଅଙ୍କରାନ୍ତିପୁର,ପଞ୍ଚୁପଟି,ମୂଳିସିଂହକୁ ଗଠିତ ।୨୦୧୧
ମସିହାରେ ପଞ୍ଚାୟତରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ହଜାର ୯୬୧,ମହିଳାଙ୍କ ସଂଖ୍ୟା ୨ ହଜାର୭୪୯ ହୋଇଥିବା ବେଳେମୋଟ ୫ ହଜାର ୭୧୦ ବୋଲି ଜଣାପଡିଛି ।ସେମାନଙ୍କ ମଧ୍ୟରୁ ଅନୁସୂଚିତ
ଜାତିର ଭୋଟର ୧୭୨ ଏବଂ ଜନଜାତିର ଭୋଟର ୪୦୩ ରହିଛନ୍ତି ।ମୋଟ ଭୋଟରଙ୍କ ଠାରୁ ମାତ୍ର ୧୦ ଭାଗ ରହିଥିବା ବେଳେ ସଂରକ୍ଷଣ ତାଲିକାରେ ପଦବୀକୁ ଅନୁସୂଚିତ ଜାତି ମହିଳା ପାର୍ଥିଙ୍କ ପାଇଁ
ସଂରକ୍ଷିତ ରହିଛି ।

କମସଂଖ୍ୟକ ଲୋକ ଥାଇ କିଭଳି ଭାବରେ ସଂରକ୍ଷଣ ତାଲିକାରେ ଜଣେ ମହିଳା ଅନୁସୂଚିତ ଜା୍‌ତିଙ୍କ ପାଇଁ ଏହି ସଂରକ୍ଷଣ କରାଗଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ
ଅ ଳର ବୁଦ୍ଧିଜିବୀ,ଯୁବ ଗୋଷ୍ଠି ଏବଂ ଭୋଟ ମାନେ ଏହାର ବିଚାର କରି ସଂରକ୍ଷଣ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଦାବୀ କରିଛନ୍ତି ।

new life
You might also like
error: Content is protected !!