News
lipub
samparksetu

ଢେଙ୍କାନାଳ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି, ଧନଜୀବନ ନଷ୍ଟ ହୋଇ ନଥିବାର ସୂଚନା

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରଥଗଡା ସ୍ଥିତ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି । ଗନମ୍ୟାନ ଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟିଥିବାର ସୂଚନା ତେବେ ଗୁଳିଟି ଛାତ ସିଲିଂ ରେ ବାଜିଥିବା ବେଳେ କାହାର କିଛି କ୍ଷତି ଘଟିନଥିବାର ସୂଚନା ।

ସୂଚନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ରଥଗଡା ସ୍ଥିତ ଏଲଆଇସି ଅଫିସ ଭିତରେ ଆଜି ସିଏମଏସ ରେ କାର୍ଯ୍ୟରତ ଜଣେ ଗନମ୍ୟାନଙ୍କ ବନ୍ଧୁକରୁ ଅଜାଣତରେ ଏକ ଗୁଳି ଫୁଟି ଯାଇଥିବାରୁ ଅଫିସ ଭିତରେ ଥିବା କର୍ମଚାରୀ ଭୟବିତ ହୋଇଯାଇଥିଲେ । ତେବେ ଗୁଳିଟି ଛାତ ସିଲିଂ ରେ ବାଜିଥିବା ବେଳେ ସେଠାରେ ଥିବା କର୍ମଚାରୀ ଙ୍କର କୌଣସି କ୍ଷତି ଘଟିନାହିଁ । ସେଠାରେ ଥିବା ସିଏମଏସ କର୍ମଚାରୀ ଟଙ୍କା ଗଣୁଥିବା ବେଳେ ହଠାତ ବନ୍ଧୁକ ଟ୍ରିଗରରେ ଗୋଡ଼ ବାଜି ଗୁଳି ଫୁଟିଥିବାର ଜଣାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!