ଢେଙ୍କାନାଳ ସହର ଉପକଣ୍ଠ ବଳରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା Eleven Football Star Dhenkanal ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
ଵଳରାମପୁର ଫୁଟବଲ କ୍ଲବ୍ ପକ୍ଷରୁ ଲିପୁ, ମୁନୁ, ବଳରାମଏବଂ ଆଶିଷ ଗୋଟିଏ ଗୋଟିଏ ଗୋଲ୍ ସ୍କୋର କରିଥିଲେ ।
ଫଳତଃ ବଳରାମପୁର ଫୁଟବଲ୍ ସଂଘ ୪-୦ରେ ବିଜୟୀ ହୋଇଥିଲା। ଖେଳ ପରିଚାଳକ ଭାବେ ଢେଙ୍କାନଳ ସୁପ୍ରସିଦ୍ଧ ଫୁଟବଲ ଖେଳାଳୀ ସତ୍ୟବ୍ରତ ରାଉତ ଖେଳ ପରିଚାଳନା କରିଥିଲେ।
