News
lipub
samparksetu

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ ଆଜି କାମାକ୍ଷାନଗର ତେନ୍ତୁଳିଶିଙ୍ଗା ରେ ସର୍ବପୁରାତନ ଶୈବ ପୀଠ ରାମେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି କେ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏକ ସଭାର ଆୟୋଜନ କରାଯାଇଥିଲା l

ରାଜ୍ୟ ସାସ୍କୃତିକ ସମ୍ପାଦକ ଓ ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଦେବୀଦତ୍ତ ମହାପାତ୍ରଙ୍କ ତତ୍ବାବଧାନରେ ଏହି କାର୍ଯକ୍ରମ ସମ୍ପାଦନା ହୋଇଥିଲା | ପ୍ରଥମେ ମହାଦେବ ରାମେଶ୍ବର ଓ ମାତା ପାର୍ବତୀଙ୍କ ପୂଜା ଜଥା ବିଧି କରିବା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା | ପରେ ଶୈବ ମାନଙ୍କୁ ନେଇ ଏକ ସଭା ହୋଇଥିଲା | ଉକ୍ତ ସଭାରେ କିଭଳି ଶୈବ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ତା ନେଇ ଆଲୋଚନା ହୋଇଥିଲା | ବେଦ କର୍ମକାଣ୍ଡ, ଶୈବ ସଂସ୍କୃତି ର ପୁନରୁଦ୍ଧାର ଆଦିଉପରେ ଆଲୋଚନା ହୋଇଥିଲା |

ଆଗକୁ କିଭଳି ଶୈବ ସେବାୟତ ମାନଙ୍କୁ ସରକାରୀ ସହଯୋଗ ମିଳିବ ଶୈବ ସେବାୟତ ମାନେ ସରକାରି ସ୍ତରରେ ପଞ୍ଜିକୃତ ହେବେ ଏନେଇ ଏକ ବିଶେଷ ଆଲୋଚନା ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ସମସ୍ତ୍ ଶିବ ଶକ୍ତି ମନ୍ଦିର ପୂଜକ ଏବଂ ଦେବଗଡ଼ ପରିଚାଳକ ମାନେ ସାମିଲ ହୋଇଥିଲେ |

ରାଜ୍ୟ ଉପସଭାପତି କାମାକ୍ଷା ପ୍ରସାଦ ରଣା, ଜିଲ୍ଲା ସଭାପତି ସ୍ଵାଧୀନ ମହାପାତ୍ର, ଜିଲ୍ଲା ସମ୍ପାଦକ ଦେବୀଦତ୍ତ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲ୍ଲା ସହସମ୍ପାଦକ ସୌମ୍ୟରଞ୍ଜନ ଦାସ, ରାହୁଲ ମହାପାତ୍ର, ମାନସ ରଞ୍ଜନ ରଣା,ମୁରଲୀ ମହାପାତ୍ର,ବିମଳ ମହାପାତ୍ର, ଉସ୍ଚବ ରଣା ଏବଂ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ |ଆଗକୁ ଢେଙ୍କାନାଳ ରେ ବିଭିନ୍ନ ଶୈବ କ୍ଷେତ୍ର ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି |

new life
You might also like
error: Content is protected !!