ଗଁଦିଆ ବ୍ଲକ ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତର ପାଞ୍ଚ ନମ୍ବର ଓ୍ବାର୍ଡର ୧୨୦ ମିଟର ରାସ୍ତାର ଦୟନୀୟ ଅବସ୍ଥା। ଇଲେକ୍ଟ୍ରି ଅଫିସ ଠାରୁ ସାନ ମଠ ଆମ୍ବ ତୋଟା ଠାରେ ଥିବା ସମାଧି ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ବର୍ଷା ଦିନେ ପାଣି ଜମୁଥିବା ହେତୁ ଲୋକଙ୍କ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଛି।
ରାସ୍ତାର ଯେଉଁ ଠାରେ ପାଣି ଜମୁଛି ତାହା ପୂର୍ବରୁ ଜଳାଶୟ ଥିବା ସୂଚନା ରହିଛି। ଲୋକ ମାଟି ପୋତି ଘର କରିବା ପରେ ରାସ୍ତା ପତନ ତଳୁଆ ହୋଇଯାଇଛି। ଇଲେକ୍ଟ୍ରି ଅଫିସ ନିକଟରେ ଥିବା ପୋଲିଆ ମଧ୍ୟ ପୋତି ହୋଇଯାଇଛି, ଯେଉଁ କାରଣ ପାଣି ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି।
ତା ଛଡା ଯୋରନ୍ଦା ସିକ୍ସ ପୋଲଠାରୁ ଆତିଣ୍ଡା ଯାଇଥିବା ରାସ୍ତାର ଡ୍ରେନ ପୋତି ହୋଇଯିବା ପରେ ବର୍ଷାଜଳ ଜମି ରହିବା ଏହାର ଅନ୍ୟତମ କାରଣ ଅଟେ। ଏ ସମ୍ପର୍କରେ ଆମେ ଯୋରନ୍ଦା ସରପଞ୍ଚ ସହ ଯୋଗାଯୋଗ କରିବା ପରେ ସେ ରାସ୍ତା କଂକ୍ରିଟ ପାଇଁ ୪ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି। ନିକଟରେ ଏହି ରାସ୍ତା ପିଡବ୍ଲୁଡି ଅଧିନକୁ ଯାଇଥିବାରୁ ଆଗକୁ ଡ୍ରେନ ହେବ ବୋଲି ଜଣାପଡିଛି।
