ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦାନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମରେ ଥିବା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ଅବାଟରୁ ବାଟକୁ ଆଣିବାକୁ ରାହା ସାଜିଥିଲା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ର ହେଲେ ସେହି କେନ୍ଦ୍ର ରୁ ମୃତ ଅବସ୍ଥାରେ ଫେରିଲେ ଯୁବକ । କାମାକ୍ଷାନଗର ଥାନା ଅନ୍ତର୍ଗତ ବୋଲୁଅ ଗ୍ରାମର ସଞ୍ଜୟ ରାଉତ ଙ୍କୁ ମଦ୍ୟପାନ ଛଡ଼ାଇବା ନିମନ୍ତେ ପରିବାର ଲୋକେ ଆମ୍ବବାହାଳି ସ୍ଥିତ ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ଭିତରେ ଶୋକର ବତାଵରଣ ଦେଖା ଦେଇଛି । ଏପରିକି ଗତ ରାତିରେ ସଞ୍ଜୟ ଏହି କେନ୍ଦ୍ରରେ ଭଙ୍ଗାରୁଜା ସହ ଉନ୍ମତକାଣ୍ଡ ଘଟାଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିବାର ଜଣାଯାଇଛି । ତେବେ ପୁଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।
