ଜାତୀୟ ରାଜପଥ ୫୩ ର ଭୁବନ ସହର ମଧ୍ୟଦେଇ ଯାଇଥିବା ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବ୍ୟକ୍ତି ନାହିଁ ନଥିବା ହଇରାଣ ହେଉଛନ୍ତି । ଫଳରେ ଭୁବନ ବିକାଶ ପରିଷଦର କର୍ମକର୍ତା ଢେଙ୍କାନାଳ ଜିଲ୍ଲାପଳଙ୍କୁ ଭେଟି ସମସ୍ତ ଅସୁବିଧା ଜଣାଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଭୁବନ ବିକାଶ ପରିଷଦର ସଭାପତି ବାସୁଦେବ ବେହେରା, ଭୁବନ ଓକିଲ ସଂଘ ସଭାପତି ବାବୁଲି କୁମାର ସେଠୀ , ଭୁବନ କୃଷକ ସମାଜର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ , ପୂର୍ବତନ ନଗରପାଳ ହୃଦାନନ୍ଦ ମହାରଣା, ସମାଜସେବୀ ନିରଂଜନ ଗୁରୁ, କୁଜ୍ଞବିହାରୀ ଚିନରା, ମଳୟ କୁମାର ତ୍ରୀପାଠୀ ,ଶୁଭେନ୍ଦୁ ସାହୁ , ଦେବବ୍ରତ ପୃଷ୍ଟି ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟରେ ସାକ୍ଷାତ କରି ସମସ୍ତ ଅସୁବିଧା ଅବଗତ କରାଇଥିଲେ ।
ଆଗାମୀ ଦିନରେ ଏହି ରାସ୍ତା ମରାମତି ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ଅଭିଯୋଗରେ ଦର୍ଶାଇଛନ୍ତି । ପୂର୍ବରୁ ଭାରୀ ଯାନ ଚଳାଚଳ ହୋଇ ଏସବୁ ରାସ୍ତା ନଷ୍ଠ ହୋଇଥିବାର ଜିଲ୍ଲାପାଳଙ୍କୁ ଅଭିଯୋଗରେ ଦର୍ଶାଯାଇଛି । ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବା କଥା ,କିନ୍ତୁ ଜାତୀୟ ରାଜପଥ ବିଭାଗ ଏହାକୁ ହସ୍ତାନ୍ତର କରୁନାହିଁ ,କି ମରାମତି କରୁନାହିଁ । ଫଳରେ ଏଭଳି ଅସୁବିଧା ହେଉଛି ।
ଯାହାକୁ ନେଇ ଭୁବନ ବିକାଶ ପରିଷଦର ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କ ସହ ଜାତୀୟ ରାଜପଥ ବିଭାଗର ଢେଙ୍କାନାଳ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ଙ୍କ ସହ ସାକ୍ଷାତ କରି ସମସ୍ୟା ସମାଧାନ ନିମନ୍ତେ ଗୁହାରୀ କରିଥିଲେ । ଆଗାମୀ ୩୦ ତାରିଖ ମଧ୍ୟରେ ଏହାର ସ୍ଥାୟୀ ଭାବେ ମରାମତି କରାଯିବା ନିମନ୍ତେ ଜାତୀୟ ରାଜପଥ ବିଭାଗର ଅଧିକାରୀ ମାନେ କ୍ଷେତ୍ର ଦର୍ଶନରେ ଆସିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିବା ପ୍ରତିନିଧି ମଣ୍ଡଲିର ସଭାପତି ବାସୁଦେବ ବେହେରା ଙ୍କ ସୂତ୍ରରୁ ଜଣାପଡିଛି ।
