News
lipub
samparksetu

ଆସନ୍ତା କାଲି ମେଲାଣି ନେବେ ମା’ଲକ୍ଷ୍ମୀ ; କୋଭିଡ କଟକଣା ଭିତରେ ଅପରାହ୍ନ ସୁଦ୍ଧା ହେବ ବିସର୍ଜନ

ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ଚଳିତ ବର୍ଷ ୧୧ ଦିନ ପାଳନ ପରେ ଆସନ୍ତା କାଲି ଭସାଣି ଉତ୍ସବ ଆୟୋଜନ ହେବ । ସକାଳ ୮ ଟାରୁ ଭସାଣି ଉତ୍ସବ ଆରମ୍ଭ ହୋଇ ଦିନ ୨ ଟା ମଧ୍ୟରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ବିସର୍ଜନ ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ସହ ୭ ଜଣ ସଦସ୍ୟ ରହିବେ । ଅଗ୍ନିଶମ ବିଭାଗ ଏବଂ ଆମ୍ବୁଲାନ୍ସ ର ବ୍ୟବସ୍ଥା ରହିବ ।
ମଦ ଦୋକାନ ବନ୍ଦ ରହିବ । କୌଣସି ବାଦ୍ୟଯନ୍ତ୍ର ବ୍ୟବହାର ହେବ ନାହିଁ । ଶାନ୍ତିଶୃଙ୍ଖଳା ସହ ଭସାଣି ହେବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

new life
You might also like
error: Content is protected !!