ଭୁବନ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ମଧ୍ୟରୁ ସ୍କାଉଟ ଗାଇଡ ବିର୍ଦ୍ୟାର୍ଥୀ ମାନେ ବ୍ଲକ ପରିସରରେ ଏକ ସଚତେନତା ଶିବିରରେ ଯୋଗ ଦେଇଥିଲେ । ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ବିର୍ଦ୍ୟାର୍ଥୀ ଯୋଗଦେଇଥିଲେ । ବିଡିଓ ଆର୍ଶୀବାଦ ପରିଡା , ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ ଶତପଥୀ. ଏବିଇଓ ରାଜଲକ୍ଷ୍ମୀ ଟୁଡୁ , ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ସ୍କାଉଟ ଗାଇଡର ବିଦ୍ୟାର୍ଥୀ ମାନେ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସର ସଫେଇ କରିଥିଲେ । ବାଲିବୋ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ବ୍ଲକ ସ୍କାଉଟ ଗାଇଡ ସଂଯୋଜକ ନରହରି ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
