News
lipub
samparksetu

ପୈାର ନିର୍ବାଚନ ନିମନ୍ତେ ପ୍ରଶାସନ ସଜାଗ ; ଭୁବନରେ ୧୮୩୬୦ ଜଣ ଭୋଟର ଦେବେ ଭୋଟ

ରାଜ୍ୟରେ ପୈାର ନିର୍ବାଚନ ନିମନ୍ତେ ବିଗୁଲ ବାଜିସାରିଲାଣି । ସରକାରୀ କଳ ଏଥି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଦେଖାଦେଇଛି । ପ୍ରଶାସନିକ ଅଧିକାରୀଙ୍କ ତପ୍ତରତା ଦେଖାଦେଲାଣି । ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୧୯୭୨ ମସିହାରେ ଦୁଇ ପଚାଂୟତ ର ମିଶ୍ର ଫଳରେ ହୋଇଥିଲା ବିଜ୍ଞାପିତ ଅଚଂଳ ପରିଷଦ । ୧୯୭୪ ମସିହାରେ ପ୍ରଥମଥର ଭୁବନବାସୀ ନଗରପାଳ ବାଛି ଥିଲେ । ପରେ ୧୯୮୪ ମସିହାରେ ଭୋଟ ହୋଇଥିଲା । ଯଦିଓ ପାଚଂ ବର୍ଷରେ ହେବା କଥା କିନ୍ତୁ ୧୯୭୯ ମସିହାର ଭୟଙ୍କର ଘରପୋଡି ହେତୁ ଏହା ବନ୍ଦ ଥିଲା ।

ତୃତୀୟ ଥର ନିମନ୍ତେ ୧୯୯୨ ମସିହାରେ ଭୋଟର ସିିଧାସଳଖ ନଗରପାଳଙ୍କୁ ନିର୍ବାଚିତ କରିଥିଲେ । ୧୯୯୭ ମସିହାରେ ଚତୁର୍ଥ ଥର ,୨୦୦୩ରେ ପଚଂମ ନଗର ପାଳ ନିର୍ବାଚନ । ୨୦୦୮ରେ ଷଷ୍ଠ ଥର । ୨୦୧୩ରେ ସପ୍ତମ ଥର ନଗରପାଳ ନିର୍ବାଚନ ହୋଇଥିଲା । ଯାହାର କାର୍ଯ୍ୟକାଳ ୨୦୧୮ ମସିହାରେ ଶେଷ ହୋଇଯାଇଛି ।

ଗତ ୨୦୧୮ ମସିହା ସେପ୍ଟେମ୍ବର ତିରିଶ ତାରିଖ ଠାରୁ ଆଉ ନିର୍ବାଚିତ ପ୍ରତିନିଧରଙ୍କ ହାତରେ ନାହିଁ ଭୁବନ ବିଜ୍ଞାପିତ ଅଚଂଳ ପରିଷଦ । ସେହିଦିନ ଠାରୁ କାମାକ୍ଷାନଗର ଉପଜିଲ୍ଲାପାଳ ହେଉଛନ୍ତି ନଗରପାଳ ଦାୟିତ୍ୱରେ । ତେବେ ନିର୍ବଚାନ ହେବ ଜାଣି ଭୁବନବାସୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ସମୁଦାୟ ୧୫ଟି ୱାର୍ଡ ନିମନ୍ତେ କାଉନସିଲର ଭୋଟ ହେବ । ଦୀର୍ଘ ୧୦ବର୍ଷ ହେଲା ୱାର୍ଡ ଭାଗ ଭାଗ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଅଦ୍ୟାବଧି ତାହା ହୋଇପାରୁନାହିଁ ।

ଭୁବନର ସମୁଦାୟ ଭୋଟର ସଂଖ୍ୟା ୧୮୩୬୦, ସେଥିମଧ୍ୟରୁ ପୁରୁଷ ୯୫୭୨ ଯାହାକି ଭୋଟ ସଖ୍ୟାର ୫୨.୧୪ ପ୍ରତିଶତ ମହିଳା ୮୭୮୭ ଯାହାକି ଭୋଟରସଂଖ୍ୟାର ୪୭.୮୬ ପ୍ରତିଶତ ଅଟେ । ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ସମୁଦାୟ ଜଣେ ଭୋଟର ଉଭୟଲିଙ୍ଗି ଅଟନ୍ତି । ଯାହାକି ୱାର୍ଡ ଏକର ବାସିନ୍ଦା । ୧୫ଟି ୱାର୍ଡ ମଧ୍ୟରୁ ସବୁଠାରୁ ଆୟତନଓ ଭୋଟର ସଖ୍ୟା ଦୃଷ୍ଠିରୁ ଦୁଇ ନମ୍ବର ୱାର୍ଡଟି ବଡ । ଏହାର ଭୋଟରସଂଖ୍ୟା ୨୩୩୦ । ସେଥିମଧ୍ୟରୁ ପୁରୁଷ ୧୨୦୧ ମହିଳା ୧୦୨୫ । ଏହି ୱାର୍ଡରେ ଦୁଇଟି ବୁଧରେ ଭୋଟ ଗ୍ରହଣ କରାଯାଏ ।

ଭୁବନ ବ୍ଲକ କଲୋନୀ ବିଦ୍ୟାଳୟ କେନ୍ଦ୍ରରେ ୧୩୪୫ ଜଣ ଭୋଟ ଦେଉଥିବା ବେଳେ ନୁଆଭୁବନ କେନ୍ଦ୍ର ଠାରେ ୯୮୫ ଜଣ ଭୋଟର ଭୋଟଦେବା ନିମନ୍ତେ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସବୁଠାରୁ କମ ସଂଖ୍ୟକ ଭୋଟର ହେଉଛନ୍ତି ୮୩୨ ଯାହାକି ୱାର୍ଡ ନମ୍ବର ଏଗାର । ତେବେ ଭୋଟସଂଖ୍ୟା ଓ ଆୟତନକୁ ଆଖି ଆଗରେ ରଖିଲେ ଭୁବନକୁ ସମୁଦାୟ ୧୮ଟି ୱାର୍ଡ ବିଭକ୍ତ କରାଗଲେ ସବୁ ଦୃଷ୍ଟିରୁ ଭଲ ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକ ମତ ଦିଅନ୍ତି ।

new life
You might also like
error: Content is protected !!