୨ ମାସ ପରେ ଟୋଲରପଶି ର ନାବାଳକ ନିଖୋଜ କାହ୍ନୁ ଙ୍କ ମିଳିଲା ଖପୁରି, ଜୋତା ; ହତ୍ୟାକରି ମାଟିରେ ପୋତି ଦେଇଥିଲା ହତ୍ୟାକାରୀ
ଢେଙ୍କାନାଳ ଜିଲ୍ଲ। ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଟୋଲରପଶି ଗ୍ରାମରେ ଗତ ଅଗଷ୍ଟ ୨୭ତାରିଖ ସନ୍ଧ୍ୟା ୫ଘଟିକା ସମୟରେ ପିଲାମାନଙ୍କ ସହ ସ୍ବର୍ଗତ ଅଜୟ ମଳିକ ଙ୍କ ପୁଅ କାହ୍ନୁ ମିଳିକ (୧୪)କ୍ରିକେଟ ଖେଳୁଥିବା ସମୟରେ ନିଖୋଜ ଥିଲେ ।
ତାଙ୍କ ମାଆ ସେହି ଖେଳ ପଡିଆରେ ବହୁ ଖୋଜାଖୋଜି କଲା ପରେ ପୁଅକୁ ନ ପାଇ ଶେଷରେ ୨୮ ଅଗଷ୍ଟ ଅପରାହ୍ନ ରେ ନିହଲପ୍ରସାଦ ଥାନାରେ ଏକ ଏତଲା ଦେଇଥିଲେ ।
ସେଠାରେ କିଛି ସୁଫଳ ନ ମିଳିବାରୁ ଏସ.ପି ଙ୍କ ଦ୍ୱାରସ୍ତ ହୋଇଥିଲେ କାହ୍ନୁ ର ମାଆ । ତେବେ ୨ମାସ ପରେ ଆଜି ମୃତ କାହ୍ନୁ ମଳିକ ର ଦେହାବଶେଷ ଠାବ କରିବାରେ ସକ୍ଷମ ହୋଇଛି ନିହଲପ୍ରସାଦ ପୋଲିସ ।
ମୃତ କାହ୍ନୁର ବିଧବା ମାଆ ଉପରେ ବଦଲା ନବାକୁ ଯାଇ ୨୭ଅଗଷ୍ଟ ୨୦୧୧ସନ୍ଧ୍ୟରେ ଟୋଲରପଶି -ଲାଉଲଇ ରାସ୍ତାର ଡାହାଣ ପାର୍ଶ୍ୱ ଜଙ୍ଗଲରେ ନିର୍ଦୟ ଭାବେ ତଣ୍ଟି ଚି଼ପି ମାରିଦେଇଥିଲା ଟୋଲରପଶି ଗ୍ରାମର ଗିରିଆ ମଳିକ ,ଯିଏ ସମ୍ପର୍କରେ କାହ୍ନୁ ର ଦାଦା ହେବେ । ସେ ନିଜର ଦୋଷ ସ୍ୱୀକାର କରିବା ସହିତ ଘଟଣା ସ୍ଥଳକୁ ଯାଇ ପୋଲିସ କୁ ଦେଖେଇବା ପରେ ସେଠାରେ କାହ୍ନୁର ଖପୁରୀ ,ହାତର ହାଡ଼ ଓ ଚପଲ ମିଳିଛି | ମାରିବା ପରେ ବାଙ୍ଗାଲୋର ଚାଲିଯାଇଥିଲା ଆସାମୀ ଗିରିଆ ।୨ ମାସ ପରେ ପରିସ୍ଥିତି ଶାନ୍ତ ହୋଇଥିବ ଭାବି ଗାଁ କୁ ଆସିବା ପରେ କୌଶଳ କ୍ରମେ ତାଙ୍କୁ ମାଡି ବସିଲା ନିହଲପ୍ରସାଦ ପୋଲିସ ।
କେଶ ନଂ ୧୭୮/୨୧ ଭାରତୀୟ ଦଣ୍ଡବିଧି ଆଇନ ୩୦୨ରେ ମାମଲା ଏକ ମାମଲା ରୁଜ କରି ଏଥିରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ପୁଲିସ ଅନୁସନ୍ଧାନ ଜାରି ରଖିଛି |ପାରିବାରିକ କଳହ ପାଇଁ ନିଜ ଦାଦା ନା ବାଳକ ପୁତୁରା କୁ ଏପରି ନୃଶଂସ ଭାବେ ହତ୍ୟା କରିବା ଏ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |
