ଆଗକୁ ପଚାଂୟତ ନିର୍ବାଚନ । ନିର୍ବାଚନ କମିଶନର ବିଗୁଲ ବଜାଇ ସାରିଲେଣି । ଇତି ମଧ୍ୟରେ ୱାର୍ଡ ସଭ୍ୟ/ସଭ୍ୟା ,ସରପଚଂ , ସମିତି ସଭ୍ୟ/ସଭ୍ୟା ପଦବୀ ନିମନ୍ତେ ଜିଲ୍ଲାପାଳ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଲାଣି । ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନବୃଦ୍ଧି ପାଉଥିବାବେଳେ ବହୁ ତୁଙ୍ଗ ନେତାଙ୍କର ନିଜ ନିଜ ପଚାଂୟତର ପଦବୀ ସଂରକ୍ଷିତ ହୋଇଥିବାରୁ ସେମାନେ ଅନ୍ୟ ପଚାଂୟତରେ ଠିଆ ହୋଇ ରିସ୍କ ନେବାକୁ ଚାହୁଁନଥିବା ଜଣାପଡିଛି ।
ଏଭଳି ସ୍ଥିତିରେ କାମାକ୍ଷାନଗର ବିଧାୟକ ତଥା ଖଣି ମନ୍ତ୍ରୀ ଭୁବନ ବ୍ଲକର ସ୍ଥିତି ପରଖିବା ସହିତ କିଭଳି ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବାକୁ ପଡିବ ସେଥିନେଇ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । କାମାକ୍ଷାନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଭୁବନ ବ୍ଲକର ଅଠର ପଚାଂୟତ ମଧ୍ୟରୁ ପ୍ରାୟ ୭୦ ଜଣ କର୍ମୀ ଉପସ୍ଥିତ ଥିଲେ । ପ୍ରତି ପଚାଂୟତ ବିଷୟରେ ପୃଥକ ପୃଥକ ଭାବେ ଆଲୋଚନା କରାଯାଇଥିଲା ।ପ୍ରତ୍ୟେକ ପଚାଂୟତରେ ଥିବା ୪୧ଜଣିଆ କମିଟି ପ୍ରାର୍ଥୀ ଚୟନ କରିବା ସହ ନିର୍ବାଚନ ପରିଚାଳନା କରିବେ । ଯଦି ପ୍ରାର୍ଥୀ ଚୟନରେ ଦ୍ୱନ୍ଦ ହୁଏ ତେବେ ପ୍ରତ୍ୟେକ ପଚାଂୟତରୁ ସଂରକ୍ଷିତ ତାଲିକା ଅନୁଯାୟୀ ଏକ ପାଚଂଜଣିଆ କମିଟି ଦ୍ୱାରାସ୍ଥିର ପ୍ରାର୍ଥୀ ଚୁଡାନ୍ତ କରାଯିବ ।
ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ , ପୂର୍ବତନ ସଭାପତି ସୁଧାକର ସାହୁ, , ପ୍ରବେଧ କୁମାର ଦାସ, ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ପୂର୍ବତନ ଉପାଧକ୍ଷା ଅଭିମନ୍ୟୁ ମିଶ୍ର ଙ୍କୁ ନେଇ ଚୟନ କମିଟି ଗଠନ କରାଯାଇଛି । ଏହି ବୈଠକରେ କାମାକ୍ଷାନଗର ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜିଲ୍ଲା ଯୁବବିଜେଡି ସଭାପତି ଧର୍ମାନନ୍ଦ ପରିଡା, ବ୍ଲକ ମହିଳା ସଭାନେତ୍ରୀ ସନ୍ଧ୍ୟାରାଣୀ ନାୟକ , ମାୟାଧର ପଣ୍ଡା, ଅମୁଲ୍ୟ ଦ୍ୱିବେଦୀ ,ଅର୍ଜୁନ ସାହୁଙ୍କ ସମେତ ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ । ଚଳିତ ନିର୍ବାଚନ ନିମନ୍ତେ ଭୋଟରଙ୍କ ନଜର ରହିଛି ମହୁଳପାଳ, ମାର୍ଥାପୁର ବାଲିବୋ ,ଦୟଣାବିଲ ସୁରପ୍ରତାପୁର ଉପରେ । ବିଶେଷ ଭାବରେ ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ନଜର ପଡିଛି ବାରୁଆଁ ପଚାଂୟତରେ ।
କାହିଁକି ନା ଏହି ପଚାଂୟତଟି ଏବେ ଭୁବନ ବ୍ଲକର ପୂର୍ବତନ ଅଧକ୍ଷଙ୍କର ପଚାଂୟତ ଥିଲା ଆଉ ଭବିଷ୍ୟତର ଅଧକ୍ଷଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ବିଦ୍ଧିଜୀବି ମହଲରେ ଚର୍ଚ୍ଚା ରହିଛି ।
