News
lipub
samparksetu

ହିନ୍ଦୋଳ ରୋଡ ଷ୍ଟେସନରେ ରେଳ ଲାଇନ ରେ କଟି ଯୁବକ ମୃତ !

ଆଜି ଦିନ ଘ୧୧ ଟିକା ସମୟରେ ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ରେ ଯୁବକ କଟି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବର ନେବାରେ ଜଣାଗଲା ଯେ ସୁନ୍ଦରଗଡ଼ ଜିଲ୍ଲା ର ରମେଶ କିଡୋ ( ୪୧ )ବର୍ଷ ନାମକ ଯୁବକ
ନିଜର ଏକ OD 16 B 4660 ନଂ ଟ୍ରକ ରେ କୋଇଲା ନେଇ
ହିନ୍ଦୋଳ ରୋଡ ଷ୍ଟେସନ ରେ ଖାଲି କରିବାକୁ ଆସିଥିଲେ ।

ସେ କୈ।ଣସି କାର୍ଯ୍ୟ ପାଇଁ ରେଳ ଲାଇନ ପାର ହୋଇ ଷ୍ଟେସନ ପଟକୁ ଆସିବା ବେଳେ ସମ୍ମୁଖରେ ଆଉ ଗୋଟିଏ ରେଳଗାଡ଼ି ଠିଆ ହୋଇ ରହିଥିବାରୁ ରମେଶ ଠିଆ ହୋଇ ରହିଥିବା ରେଳ ଡବା ତଳେ ଗଳି କରି ଜିବା ସମୟରେ ଆସୁଥିବା ଆଉ ଏକ ରେଳ ଗାଡ଼ି ରେ ଧକ୍କା ଖାଇବାରୁ ରମେଶ ର ଡାହାଣ ଗୋଡ କଟି ଯାଇ ଗୁରୁତର ଆହତ ହୋଇଥିଲେ , ତୁରନ୍ତ ରମେଶ ଙ୍କୁ ଏକ ଆମ୍ବୁଲାନ୍ସରେ ଯୋଗେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା କୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଗୁଡିକ ଦିର୍ଘ ସମୟ ଧରି ଠିଆ ହୋଇ ରହୁଥିବା ରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!