News
lipub
samparksetu

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ରେ ମଦ୍ୟପାନ କରି ଗାଡିଚାଳନା ବିରୋଧରେ ଏକମାସ ବ୍ୟାପୀ ସଡକ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଗତକାଲି ଠାରୁ ଜାତୀୟ ରାଜପଥ ୫୫ରେ ମଦ୍ୟପାନ କରି ଗାଡିଚାଳନା ବିରୁଦ୍ଧରେ ମାସେ ବ୍ୟାପୀ ସଡକ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି । ମଦ୍ୟପାନ କରି ଗାଡିଚାଳନାର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ପୋଲିସ୍ ସହଭାଗୀତାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ମାସ ସାରା ଚାଲୁ ରହିବ ।

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌ର ସୁରକ୍ଷା ମୁଖ୍ୟ ଅଭିଷେକ୍ ଶର୍ମା ଓ ଅନ୍ୟାନ୍ୟ ପଦାଧିକାରୀବୃନ୍ଦ ଏବଂ କାବଣିଆ ପୋଲିସ୍‌ର ଉପସ୍ଥିତିରେ କାବଣିଆ ଥାନାର ଭାରାପ୍ରାପ୍ତ ଥାନା ଅଧିକାରୀଣୀ ସବିତା ପାତ୍ର ଏବଂ କୁସୁପଙ୍ଗା ଗ୍ରାମ ପଂଚାୟତର ସରପଂଚ ପଙ୍କଜ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକ ଭାବରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ମଦ୍ୟପାନ ଯାଂଚ ସହିତ ମଦ୍ୟପାନ କରି ଗାଡିଚାଳନାର ବିପଦପୂର୍ଣ୍ଣ ପ୍ରଭାବ ଏବଂ ଅନ୍ୟାନ୍ୟ ସଡକ ସୁରକ୍ଷା ବାର୍ତ୍ତା ଉପରେ ଓଡିଆ ଓ ହିନ୍ଦୀ ଭାଷାରେ ଲିଫ୍‌ଲେଟ୍‌ଗୁଡିକ ମଧ୍ୟ ବଣ୍ଟନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଏବଂ ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ମଧ୍ୟ ଏତାଦୃଶ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌ର ଏହି ପଦକ୍ଷେପକୁ ଶ୍ରୀମତୀ ପାତ୍ର ପ୍ରଶଂସା କରିଛନ୍ତି କାରଣ ଅନେକ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ମଦ୍ୟପାନ କରି ଗାଡିଚାଳନା ଯୋଗୁଁ ଜାତୀୟ ରାଜପଥରେ ଘଟୁଥିବା ଭୟଙ୍କର ଦୁର୍ଘଟଣା ବିଷୟରେ ଅଭିଯୋଗ କରିଆସୁଛନ୍ତି । ଏହି ଅଭିଯାନ ସ୍ଥାନୀୟ ଅଂଚଳରେ ଦୁର୍ଘଟଣା ଯୋଗୁଁ ଘଟୁଥିବା ସମସ୍ୟା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

ଜାତୀୟ ରାଜପଥ ୫୫ରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ, ନିକଟରେ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଥିବା ଅନୁଗୁଳ ଜିଲ୍ଲାର ନୂଆହାଟଠାରୁ ରଣତାଳି ଏବଂ ଢେଙ୍କାନାଳ ଜିଲ୍ଲାର କାବଣିଆଠାରୁ ସପ୍ତଶଯ୍ୟା ରୋଡ୍ ପର୍ଯ୍ୟନ୍ତ ରାସ୍ତାର ମରାମତି ନିମନ୍ତେ ପ୍ଲାଏ ଆସ୍ ମଧ୍ୟ ଯୋଗାଇ ଦିଆଯାଇଥିଲା ।

new life
You might also like
error: Content is protected !!