ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିଶି ଉକ୍ତ ବାକ୍ୟ ଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶ୍ୱର ମହିମା ପୀଠ ଯୋରନ୍ଦା ଅଚଂଳର କେନ୍ଦୁପଡା ଗ୍ରାମର ଜଣେ ପୋଲିସ ଅଧିକାରୀ । ଚାକିରୀ କାଳ ମଧ୍ୟରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ସଂପତି ଠୁଳ କରିଥିବା ଭିଜିଲାନ୍ସ ନଜରକୁ ଆସିଛି ।
ମଙ୍ଗଳବାର ଭୋରୁ ଆଠଟି ଟିମ ଚଢାଉ ପାଇଁ ଆସିଥିଲେ ବି ସାତଟି ଟିମ କଟକ ଭିଜିଲାନ୍ସ ଏପିଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ଜାରି ରଖିଥିଲେ । ବାବୁ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିର ରୋଡ ଫାଣ୍ଡିର ଅଧିକାରୀ ଭାବେ କାମ କରୁଥିଲେ ।
ଭିଜିଲାନ୍ସ ଟିମ ଏକାଥରକେ ମହାବିରି ରୋଡ ଫାଣ୍ଡି କାର୍ଯ୍ୟାଳୟ , ଢେଙ୍କାନାଳ ସହର ରେ ଥିବା ନିଜସ୍ୱ ଦୁଇଟି କୋଠା, ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି କାଲୁରିଆ ପଚାଂୟତ କେନ୍ଦୁପଡା ଗ୍ରାମରେ ପୈତୃକ ଘର , କେନ୍ଦୁପଡା ର ଫାର୍ମ ହାଉସ କାମାକ୍ଷାନଗର ସ୍ଥିତ ଜିରିଡାମାଳିର ଶଶୁର ଘରେଚଢାଉ କରାଯାଇଥିଲା । ତିନିଜଣ ଡିଏସପି ସାତ ଜଣ ଆଇଆଇସିଙ୍କ ନେତୃତ୍ୱରେ ଦୀର୍ଘ ସମୟ ଚଢାଉ ପରେ ତାଙ୍କ ନିକଟରୁ ନଗଦ ୯୭ ହଜାର ଟଙ୍କା ମିଳିଥିଲା ।
କାନାରା ବ୍ୟାଙ୍କର ଆଠଟି ଆକାଉଣ୍ଟରେ ୧୬ ଲକ୍ଷ ଟଙ୍କା , ୨ଲକ୍ଷ ଟଙ୍କାର ଆସବାବପତ୍ର ଓ ୧୬ ଲକ୍ଷ ଟଙ୍କାର ବୃକ୍ଷ ପାର୍ମ ହାଉସରେ ଥିବାର ପ୍ରମାଣ ଭିଜିଲାନ୍ସ ବିଭାଗ ପାଇବା ପରେ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କୁ ଆରେଷ୍ଟ କରି କଟକ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି ।
