ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା ଗଁଦିଆର ସଦର ବ୍ଲକର କପିଳାସ ଅଭୟାରଣ୍ୟରେ ଗୋଟିଏ ସପ୍ତାହରେ ତିନୋଟି ହାତୀ ମୃତ ଓ ଗୋଟିଏ ମଣିଷ ମରା ହାତୀ ପାଇଁ ରାତିସାରା ଅନିଦ୍ରା ହୋଇ ଜଗିବା ଶେଷରେ ଜନତାଙ୍କ ପ୍ରତିବାଦ ଯୋଗୁ ବିଫଳ ହୋଇ ନିଜ ନିଶ ନିଜ ହେପାଜତରେ ରଖିବା ଭଳି କପିଳାସ ରେ ମଣିଷମରାକୁ ରଖିବାକୁ ବାଧ୍ୟ ହୋଇଛି ଢେଙ୍କାନାଳ ବନ ବିଭାଗ ।
ସୂଚନା ଅନୁଯାୟୀ ଗତ ୧୦ ଦିନ ହେଲା ଢେଙ୍କାନାଳ ବନଖଣ୍ଡ ଅଧିନସ୍ତ ଜଙ୍ଗଲରୁ ଏକ ହାତୀ ବାହରି ଗୋଠ ଛଡା ହୋଇ ବଡଚଣା ଅଚଂଳ ଦେଇ ପହଁଚିଥିଲା ଯାଜପୁର ଜିଲ୍ଲା ଧର୍ମଶାଲା ଓ ରସୁଲପୁର ବ୍ଲକରେ ସେଠାରେ ବ୍ୟାପକ ଫସଲ ନଷ୍ଟ କରିଥିଲା। ପରେ ଏହି ହାତୀ କଟକ ଜିଲ୍ଲା ନିଶ୍ଚିତ କୋଇଲି ଅଚଂଳରେ ମଧ୍ୟ ବହୁ ହଇରାଣ କରିଛି ।
ତତପରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବ୍ୟାପକ ଫସଲନଷ୍ଟ କରିବା ସହ ତିନିଜଣଙ୍କୁ ମାରିଛି । ବ୍ୟତିବ୍ୟସ୍ତ ହୋଇ ଓଡିଶା ବନ ବିଭାଗ ପକ୍ଷରୁ ମହାକାଳପଡା ତେରଗାଁ ଠାରେ ବିଶେଷଜ୍ଞ ଟିମ ଟ୍ରାଙ୍କୁଲାଇଜତ କରି ଏକ ହାଇୱା ଗାଡିରେ ଚେନ ଦ୍ୱାରା ବାନ୍ଦି ହାତୀକୁ କପିଳାସ ଜଙ୍ଗଲ ମଧ୍ୟକୁୁ ଆଣିବାକୁ ଚେଷ୍ଠା ଚଳାଇ ଥିଲେ । ହାତୀ ଆସିବା ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା ଗଁଦିଆ ବ୍ଲକରେ ।
ତା ସାଙ୍ଗକୁ ବିଦ୍ୟୁତ କାଟ ଆହୁରି ସନ୍ଦେହକୁ ଘନିଭିତ କରିଥିଲା । ଫଳରେ ବନବିଭାଗର ପ୍ରଥମ ଚେଷ୍ଠା ବିଫଳ ହୋଇଥିଲା । ଟାଙ୍ଗୀ ରାସ୍ତାରେ ଆସିବାକୁ ଥିବା ହାତୀଆଉ ଜନତାଙ୍କ ମୃଦୁ ପ୍ରତିବାଦ ପରେ ଚଟିଘର ଦେଇ ଆସିପାରିନଥିଲା । ସେହି ହାତୀକୁ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ମଙ୍ଗୁଳି ରାସ୍ତାରେ ଢେଙ୍କାନାଳ ସହର ମଧ୍ୟଦେଇ ଆଣିବାରେ ସଫଳ ହୋଇଥିଲେ ।
ଅନ୍ଧାର ରାତିରେ ହାତୀକୁ ଗଁଦିଆ ବ୍ଲକର ଲହଡା ଜଙ୍ଗଲ ମଧ୍ୟକୁ ଆଣିସାରିଥିଲେ । ହେଲେ ସ୍ଥାନୀୟ ଜନତାଙ୍କ ପ୍ରତିବାଦର ସ୍ୱର ଏତେ ତୀବ୍ର ହୋଇଥିଲା ଯେ ବାଧ୍ୟ ହୋଇ ବନବିଭାଗପକ୍ଷରୁ କପିଳାସ ହାତୀ ରେକ୍ୟୁ କେନ୍ଦ୍ର ମଧ୍ୟରେ ରଖିବାକୁ ପଡିଥିଲା ।
ଗଜଲକ୍ଷ୍ମୀ ପୂଜା ଚାଲିଥିବାବେଳେ ଷଢଙ୍ଗୀ ବନାଚଂଳର ଧନିଆନାଳି ଜଙ୍ଗଳରେ ଚିକିତ୍ସାଧିନ ଅବସ୍ଥାରେ ଦନ୍ତାହାତୀ ମୃତ୍ୟୁ ହୋଇଥିଲା । ପରେ ରମେଇ ସଂରକ୍ଷିତ ଜଙ୍ଗଲରେ ଅଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା . । ଲହଡା ପେଚାମୁଣ୍ଡି ଜଙ୍ଗଲରେ ଏକ ମାଇହାତୀର ଗଳିତ ଶବ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହରେ ତିନି ତିନୋଟି ହାତୀ ମୃତର ଅପବାଦ ବନବିଭାଗ ଦେହରୁ ନଲିଭୁଳୁଣୁ ପୁଣି ବିବାଦ ମଧ୍ୟକୁ ଚାଲିଆସିଛି ବନବିଭାଗ । ମଣିଷମରା ହାତିକୁ କପିଳାସ ଓ ଷଢଙ୍ଗୀ ଜଙ୍ଗଲ ମଧ୍ୟରେ ଛାଡିବାର ଚେଷ୍ଠାକରି ବିଫଳ ହେବାକୁ ପଡିଛି ।
