News
lipub
samparksetu

ନାଲୁ ମାଙ୍କ ଗୁହାରୀ ଶୁଣିଲେ ସରକାର ,ଶ୍ରମ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆସିଲେ ନାଲୁ

ତେଲେଙ୍ଗାନାରେ ମରଣ ସହ ଲଢେଇ କରୁଥିବା ସୁରପ୍ରତାପପୁର ଗ୍ରାମର ଡ୍ରାଇଭର ନାଲୁ ମହାନ୍ତିଙ୍କୁ ତେଲେଙ୍ଗାନାରୁ ଢେଙ୍କାନାଳ ଶ୍ରମ ଅଧିକାରୀ ଙ୍କ ସହଯୋଗରେ କଟକକୁ ଅଣାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୁଚନା ମୁତାବକ ତେଲେଙ୍ଗାନା ରାଜ୍ୟ ମେହେବୁବ ନଗରରେ ନିର୍ମାଣାଧିନ ଡ୍ୟାମରେ ଗାଡି ଚାଳନା କାମରେ ନିୟୋଜିତ ନାଲୁ ମହାନ୍ତିଙ୍କୁ ଦୁଇଜଣ ସାଥୀ ମାଡମାରି ମାଟିରେ ଜଙ୍ଘ ପର୍ଯ୍ୟନ୍ତ ପୋତିଦେଇଥିଲେ । ମା ଦମୟନ୍ତୀ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କ ପୁଅକୁ ସେଠାରୁ ଆଣିବା ପାଇଁ ସ୍ଥାନୀୟ ତହସିଲଦାର, ବିଡିଓ , ବ୍ଲକ ଅଧକ୍ଷ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ବାରମ୍ବାର ଗୁହାରୀ କରିବା ସହ ଢେଙ୍କାନାଳ ଅପଡେଟ ଖବର ପ୍ରକାଶ ପାଇଥିଲା ।

ତେଲେଙ୍ଗାନା ରେ ଦୁଇ ଅପରାଧିଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିବା ବେଳେ ନାଲୁର ପରିବାର ସରକାରଙ୍କ ପ୍ରଦତ ସ୍ମାଟକାର୍ଡ ବ୍ୟବହାର କରି ତାଙ୍କର ଚିକିତ୍ସା କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଉଛନ୍ତି ।

new life
You might also like
error: Content is protected !!