News
lipub
samparksetu

ମା ସାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଆଜି ଢେଙ୍କାନାଳ ପୌରାଞ୍ଚଳ ସିମିଳିଆ ଗ୍ରାମରେ ମା ଶାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ କାର୍ଯ୍ୟାକାରୀ ସଭାପତି ହରିହର ପଣ୍ଡାଙ୍କ ସଭା ପ୍ରତିତ୍ଵରେ ଅନୁଷ୍ଠାନର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସମିତିର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ ଯୋଗଦେଇ ଅନୁଷ୍ଠାନ ଭିନ୍ନକ୍ଷମ ମାନଙ୍କରେ ଉନ୍ନତି ପାଇଁ ଆଲୋଚନା କରିଥିଲେ। ଭିନ୍ନକ୍ଷମମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରୁ କିଭଳି ଲାଭବାନ ହୋଇପାରିବେ ଭିନ୍ନକ୍ଷମମାନକୁ ସଭାପତି ସୂଚନା ଦେଇଥିଲା।

ଶେଷର ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠାନରେ ଥିବା ସଭ୍ୟମାନଙ୍କର ପିଲାମାନଙ୍କୁ ଏବଂ ସାହିର ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଶିକ୍ଷା ସାମଗ୍ରୀ ତଥା ବହିଖାତା ପେନ ପେନସିଲ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ବୈଠକ ସମୟରେ ଅନୁଷ୍ଠାନର ସଂପାଦିକା ରିତା ଓଝା, ପ୍ରଭାତୀ ମହାରଣା, ପବିତ୍ର ପ୍ରଧାନ, ସୁମିତ୍ରା ପ୍ରଧାନ, ପବିତ୍ର ଦେହୁରୀ, ବୁଲା ଦେହୁରୀ, ଅକାରଣ ଦେହୁରୀ, ରୀନା ଦେହୁରୀ ପ୍ରମୁଖ ଯୋଗଦେଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

new life
You might also like
error: Content is protected !!