News
lipub
samparksetu

ଏନସି ଟ୍ୟାଗ୍ ହଟାଇବା ଦାବିରେ ଢେଙ୍କାନାଳରେ ଗଣ ଗିରଫଦାରୀ

ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓ ଅସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ବୁଧବାର ଦିନ ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ ସାରା ଦେଶର ଲକ୍ଷାଧିକ ଶିକ୍ଷକ ନୂଆଦିଲ୍ଲୀରେ ପହଂଚି ଆଗାମୀ ୧୩ ଜାନୁଆରୀ ୨୦୨୨ରେ ସଂସଦ ଭବନ ଘେରିବାକୁ ବାଧ୍ୟ ହେବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।

ଏହି ପିଡିତ ଶିକ୍ଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ , ୨୯ ନଭେମ୍ବରରୁ ୩ ଡିସେମ୍ବର ଯାଏଁ ୫ ଦିନ ପାଇଁ ନୂଆଦିଲ୍ଲୀର କିନ୍ତର ମନ୍ତର ଠାରେ ସାରା ଦେଶର ଶିକ୍ଷକ ପ୍ରତିନିଧିମାନେ ଇଂ . ହୋତାଙ୍କ ନେତୃତ୍ବରେ ଧାରଣା ଦେଇଥିଲେ । ତା ପୂର୍ବରୁ ୧୮ ନଭେମ୍ବର ଦିନ ସାରା ଦେଶର ପ୍ରତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏବଂ ତାଳଚେରରେ ଶ୍ରୀ ପ୍ରଧାନଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ । ତତ୍ସହିତ ବାଇକ୍ ଚ୍ୟାଲି ମଧ୍ୟ କରିଥିଲେ । ୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ସଂସ୍ଥା ଏନଆଇଓଅସ୍ ରେ ଏହି ଶିକ୍ଷକମାନେ ୨ ବର୍ଷିଆ ଡିଇଏଲଇଡି କୋର୍ସ କରିଥିଲେ । ସେଥିପାଇଁ ପ୍ରତ୍ୟେକ ଶିକ୍ଷକଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।

ଏମାନେ ପରୀକ୍ଷା ଦେଇ ଡିଇଏଲଇଡି କୋର୍ସ ମଧ୍ୟ ପାସ୍ କରିଗଲେ । କିନ୍ତୁ ଏନଆଇଓଅସ୍ ଏମାନଙ୍କୁ ସାର୍ଟିଫିକେଟ୍ ନ ଦେଇ ଏନସି ଟ୍ୟାଗ୍ ଲଗାଇଦେଲା । ସେଥିପାଇଁ ଏହି ଶିକ୍ଷକମାନଙ୍କର ଚାକିରି ଏବେ ଚାଲିଯିବାର ଭୟ ସୃଷ୍ଟି ହୋଇଛି । ଦୀର୍ଘ ୨ ବର୍ଷ ଧରି ଅନ୍ୟାୟର ଶୀକାର ହୋଇଚାଲିଥିବା ଏହି ଶିକ୍ଷକମାନେ ଯେତେବେଳେ ଏନଆଇଓଅସ୍ ପାଖରେ ଅଭିଯୋଗ କରୁଛନ୍ତି ସେତେବେଳେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆଉ ଗୋଟିଏ ସଂସ୍ଥା ଏନସିଟିଇ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଯେବେ ସେମାନେ ଏନସିଟିଲ ପାଖରେ ଅଭିଯୋଗ କରୁଛନ୍ତି ସେବେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଆଉ ସବୁଠୁ ଦୁଃଖର ବିଷୟ ଏମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପାଖରେ ଅଭିଯୋଗ କଲେ ଆରଟିଇ – ୨୦୦୯ ନିୟମ ଯୋଗୁଁ ଏନସି ଟ୍ୟାଗ୍ ଲାଗିଛି ବୋଲି କହି ମନ୍ତ୍ରଣାଳୟ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇଦେଉଛି ।

କିନ୍ତୁ ଆରଟିଇ – ୨୦୦୯ ନିୟମରେ ଏନସି ଟ୍ୟାଗ୍ ସମ୍ବନ୍ଧରେ କିଛି ବି ଉଲ୍ଲେଖ ନାହିଁ । ତେବେ ସାରା ଭାରତର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର କୌଣସି ଭୁଲ୍ ନ ଥାଇ ବିନା କାରଣରେ କାହିଁକି ୨ ବର୍ଷ ହେଲା ହଇରାଣ କରାଯାଉଛି ବୋଲି ଇଂ , ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି ? ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ବିଚାର କରି ତୁରନ୍ତ ଏହି ପୀଡିତ ଶିକ୍ଷକମାନଙ୍କର ଏନସି ଟ୍ୟାଗ୍ ହଟାଇବାକୁ ଆଦେଶ ଦେବା ନିମନ୍ତେ ମୁଁ ବିନମ୍ରତାର ସହିତ ନିବେଦନ କରୁଛି ବୋଲି ଇଂ . ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!