News
lipub
samparksetu

ମହିମା ମଣ୍ଡଳ ପକ୍ଷରୁ ଭବ୍ୟ କାଶୀ ଦିବ୍ୟ କାଶୀ ଲୋକାର୍ପଣ ଉତ୍ସବ ପାଳନ

ଢେଙ୍କାନାଳ ଜିଲ୍ଲା ମହିମା ମଣ୍ଡଳ ତରଫରୁ ସୋମବାର ଦିନ କରମୂଳ ସ୍ଥିତ ଦୌଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହିମା ମଣ୍ଡଳ ସଂଯୋଜକ ରାଜୀବଲୋଚନ ସ୍ୱାଇଁ ଙ୍କ ସଂଯୋଜନା ରେ କାଶୀ ବାବା ବିଶ୍ୱନାଥ ଙ୍କ ଭାରତ ବର୍ଷ ର ୧୭୦୦ ବର୍ଷ ତଳ ର ଭବ୍ୟ କାଶୀ ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ କରାଯଇଥିଲା ।

ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତି ମମତା ସ୍ୱାଇଁ ମୁଖ୍ୟଅଥିତି ଭାବେ ଯୋଗ ଦେଇ କାଶୀ ବିଶ୍ୱନାଥ ଙ୍କ ମହିମା ଜନସାଧରଣ ଙ୍କୁ ଅବଗତ କରାଇଥିଲେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବିଶ୍ୱ କଲ୍ୟାଣ କାରି ବାବାଙ୍କ ମନ୍ଦିର କୁ ଭବ୍ୟ ରୂପ ଦେଇ ସମଗ୍ର ଦୁନିଆ ରେ ଭାରତୀୟ ଙ୍କୁ ଓଁ ସନାତନ ଧର୍ମ ର ପ୍ରସାର କରାଇଥିବା ରୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳି ଜନସାଧାରଣ ଙ୍କ ତରଫରୁ ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇ ଥିଲେ ।

ଉକ୍ତ ଉତ୍ସବରେ ମଣ୍ଡଳ ଯୁବମୋର୍ଚା ସଦସ୍ୟ ଜ୍ୟୋତିରଞ୍ଜନ ସାହୁ,କାରଣ ବେହେରା, ବୃନ୍ଦାବନ ବେହେରା ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ହୋଇ ୟୁ ଟ୍ୟୁବ ମାଧ୍ୟମରେ ମହୋତ୍ସଵ ସିଧା ପ୍ରସାରଣ ଦେଖିଥିଲେ l

new life
You might also like
error: Content is protected !!