News
lipub
samparksetu

ଭୁବନ କୃଷକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦ୍ୟେଶରେ ଦାବିପତ୍ର

ଭୁବନ ତହସିଲ ଅର୍ନ୍ତଗତ ବିଭିନ୍ନ ମୈାଜାରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷତିର ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନ କୃଷକ ସମାଜ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଲଗାଣ ବର୍ଷା ଯୋଗୁ ଧାନ ଫସଲ ସହ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି ।

ଯେଉଁ କେତେକ ସ୍ଥାନରେ ରବି ଫସଲ ଚାଷ ହୋଇଥିଲା ସେ ସବୁ ପଚିଯାଇଛି । ଏହି କ୍ରମରେ ଭୁବନ ଭଦଳିଆପଶି ,ବେଠିଆପାଳ , ନଟାକଟା ,ଗଉଡମାଳିଆ ଭଳି ଅନେକ ଜମିରେ ଧାନ ପାଣିରେ ଭାସୁଛି ।

ମହୁଳପାଳ, ଏକାତାଳୀ ପଚାଂୟତର ଅନେକ ପନିପରିବା ଜମିରେ ପାଣି ଜମି ରହିବା ଫଳରେ ଫସଲ ଗୁଡିକ ପଚିଯାଉଛି । ଭୁବନ ତହସିଲ ଅର୍ନ୍ତଗତ ମାର୍ଥାପୁର ,ଗଡନୃସିଂହପ୍ରସାଦ , ବାରୁଆଁ(ବି) , ଭୁବନ , ବାଲିବୋ , ମହୁଳପାଳ ରାଜସ୍ୱ ସର୍କଲ ଚାଷ ଜମିରେ ଲଗାଣ ବର୍ଷା ପାଣି ପଶି ଧାନ ଫସଲ ନଷ୍ଟ ହେଉଛି ।

ଚାଷ ଜମିରେ ନଷ୍ଟ ହୋଇଥିବା ଫସଲ ଆକଳନ କୃଷିବିଭାଗ ଦ୍ୱାରା କରାଯାଇ କ୍ଷତିପୁରଣ ପ୍ରଦାନ ନିମନ୍ତେ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ,ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ , ରବିନାରାୟଣ ଷଣ୍ଢ , ଜିତେନ୍ଦ୍ର ବିଶ୍ୱାଳ , ସଂଜୟ କୁମାର ନାଏକଙ୍କ ସମେତ ବହୁ ଚାଷୀ ତହସିଲକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ ।

new life
You might also like
error: Content is protected !!